ବାଧ୍ୟତାମୂଳକ: ମୁମ୍ବାଇରୁ ବିହାରକୁ ଚାଲି ଚାଲି ଯିବାକୁ ଚିନ୍ତା କରୁଛନ୍ତି ଅଟୋ ଡ୍ରାଇଭର

Published By : Prameya-News7 Bureau | March 25, 2020 IST

ମୁମ୍ବାଇ ୨୫/୦୩ : କରୋନା ପୁରା ବିଶ୍ୱରେ ତାଣ୍ଡବ କରିବାରେ ଲାଗିଛି | ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏଥିରେ ଲୋକେ ଭୟଭୀତ ହୋଇଗଲେଣି | ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ ଭାରତ ସରକାର ସମ୍ପୂର୍ଣ ଦେଶକୁ ୨୧ ଦିନ ଯାଏଁ ସମ୍ପୂର୍ଣ ଲକଡାଉନ ଘୋଷଣା କରିଛନ୍ତି | ଯିଏ ଯେଉଁଠି ଅଛନ୍ତି ତାଙ୍କୁ ସେଠାରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦି ଅପିଲ କରିଛନ୍ତି | ଭାଇରସ ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବାକୁ ଅନୁରୋଧ କରିଛନ୍ତି | ଏଭଳି ସ୍ଥିତିରେ ଅନେକ ଗରିବ ଖଟିଖିଆ ନିଜ ଜୀବିକା ହରାଇଛନ୍ତି | ଅନେକ ଲୋକ ନାନା ପରିସ୍ଥିତି ଦେଇ ଗତି କରୁଛନ୍ତି | ଲକଡାଉନ ଯୋଗୁଁ ଅଟୋ ଚାଳକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏମିତି ଜଣେ ଅଟୋ ଚାଳକ ହେଲେ ଦିଲୀପ ବେନବାନ୍ସି |

ଦିଲୀପ ବେନବାନ୍ସି ଭଡ଼ାରେ ଏକ ଅଟୋରିକ୍ସା ଚଳାନ୍ତି | ପ୍ରତିଦିନ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ | ସେ କହିଛନ୍ତି ଆଗରୁ କେବେ ଏମିତି ଲକ ଡାଉନ ହୋଇନଥିଲା | ଲକଡାଉନ ଯୋଗୁଁ ତାଙ୍କର ରୋଜଗାର ବନ୍ଦ ହୋଇଯାଇଛି | ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସେ ନିଜର ଜଣେ ସହକର୍ମୀଙ୍କ ଠାରୁ ୨ ହଜାର ଟଙ୍କା ଧାର କରିବାକୁ ପଡିଛି |

ଏମିତି ଅସୁବିଧାରେ ପଡିଥିବା ଆଉ ଜଣେ ଶ୍ରମିକ ହେଲେ ଜିତେନ୍ଦ୍ର ଯାଦବ | କାମ ଧନ୍ଦା ବନ୍ଦ ଥିବା ଯୋଗୁଁ ଅନେକ ଶ୍ରମିକ ଭୋକ ଉପାସରେ ଦିନ କାଟୁଛନ୍ତି | ଜିତେନ୍ଦ୍ର ଯାଦବଙ୍କ ପରି ଅନେକ ଶ୍ରମିକ ସହର ଛାଡିବାକୁ ଚାହାଁନ୍ତି କିନ୍ତୁ ରେଳବାଇ ଏବଂ ବସ୍ ସେବା ବନ୍ଦ ଥିବାରୁ ସେମାନେ ଅଟକି ରହିଛନ୍ତି। ଯାଦବଙ୍କ ଅନୁଯାୟୀ, "ଆମର ଅନ୍ୟ ରୋଜଗାରର ଉତ୍ସ ନାହିଁ ଏବଂ ସହରରେ ବଞ୍ଚିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଯଦି ଏହି ଲକଡାଉନ୍ ଓ ଖରାପ ସ୍ଥିତି ଜାରି ରହେ ତେବେ ଆମେ ସାଇକେଲରେ କିମ୍ବା ଚାଲି ଚାଲି ନିଜ ନିଜ ପୈତୃକ ଗାଁକୁ ଯିବାକୁ ବାଧ୍ୟ ହେବୁ |”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.