oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ନଦୀ ପାର ବେଳେ ଘଟିଲା ଅଘଟଣ, ଚାଲିଗଲା ଜଣଙ୍କ ଜୀବନ

14/02/2021 at 8:41 PM

ଅନୁଗୋଳ୧୪/୨: ନଦୀ ପାର ହେବା ବେଳେ ଘଟିଲା ଅଘଟଣ। ଅନୁଗୋଳ ଜିଲ୍ଲା  କଣିହାଁ ବ୍ଲକ ଅନ୍ତର୍ଗତ ଟିକିରା ନଦୀର ଗଦାଶିଳା ପଞ୍ଚାୟତ କରଡେଇ ଘାଟରେ ଡଙ୍ଗାରେ ପାର ହେବା ସମୟରେ ଏହି ଅଘଟଣ ଘଟିଛି। ଡଙ୍ଗାରୁ ଖସି ନଦୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏନଟିପିସି ଥାନା ଚିନ୍ତାମଣିପୁରୁର ପବିତ୍ର ପ୍ରଧାନ। କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ବହୁ ଖୋଜାଖୋଜି କଲା ପରେ ମୃତଦେହ ଉଦ୍ଧାର ହୋଇଥିଲା।

ପ୍ରତିଦିନ ବିଭିନ୍ନ କାମରେ ହୁଲି ଡଙ୍ଗାରେ ଲୋକମାନେ ଏହି ନଦୀ ପାର ହୋଇଥାଆନ୍ତି। ଡଙ୍ଗାରେ ପ୍ରାୟ ୮ ଜଣ ବ୍ୟକ୍ତି ଥିଲେ। ଅସାବଧାନତା ଯୋଗୁଁ ପବିତ୍ର ଡଙ୍ଗାରୁ ଖସି ପଡ଼ିଥିଲା। କିନ୍ତୁ ତାଙ୍କୁ ଉଦ୍ଧାର କରିପାରିନଥିଲେ ଡଙ୍ଗାରେ ବସିଥିବା ବ୍ୟକ୍ତି। ଡଙ୍ଗା ଟଳମଳ ହେବାରୁ ସେ ଖସି ପଡ଼ିଥିଲେ। ତଳ ମୁଣ୍ଡରେ ଏକ ବ୍ରିଜ କାମ ସଂପୂର୍ଣ୍ଣ ହେଉ ନଥିବାରୁ ଲୋକେ ବାଧ୍ୟ ହୋଇ ହୁଲି ଡଙ୍ଗାରେ ପାର ହେଉଛନ୍ତି। ତେଣୁ ତୁରନ୍ତ ବ୍ରିଜ ତିଆରି ଦାବି କରିଛନ୍ତି ସ୍ଥାନୀୟ ଲୋକେ।

   Related Posts