ଲଗାଣ ବର୍ଷାରେ ଭୁଶୁଡିଲା ବ୍ରିଜ୍, ପଞ୍ଜାବ-ହିମାଚଳ ରେଳ ଲାଇନ୍‌ରେ ଚଳାଚଳ ଠପ୍

Published By : Prameya-News7 Bureau | August 20, 2022 IST

କାଙ୍ଗଡା ୨୦।୮: ଭାରତୀୟ ରେଳ ଲାଇନର ଐତିହାସିକ ଐତିହ୍ୟ ପଠାନକୋଟ-କାଙ୍ଗଡା ଜୋଗେନ୍ଦ୍ରନଗର ରେଲଓ୍ବେ ଟ୍ରାକ୍ ପୁଣି ଥରେ ଠପ୍ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଚକ୍କି ନିକଟରେ ଥିବା ଏକ ରେଲଓ୍ବେ ବ୍ରିଜ୍ ଭୁଶୁଡି ପଡିଛି । ଏହି ବ୍ରିଜ୍ ଅନ୍ୟନ୍ତ ପୁରୁଣା ଏବଂ ଏହା ପଞ୍ଜାବରୁ ହିମାଚଳ ପର୍ଯ୍ୟନ୍ତ ରେଳ ଲାଇନ୍‌କୁ ସଂଯୋଗ କରୁଥିବା ଏକମାତ୍ର ବ୍ରିଜ୍ ଥିଲା ।

ପଞ୍ଜାବ ପଟରୁ ପୂର୍ବରୁ କ୍ଷତିଗ୍ରସ୍ତ ହୋଇଥିବା ଅଂଶ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ୟାରେ ଧୋଇ ହୋଇଯାଇଛି । ଏହା ପୂର୍ବରୁ ଏହି ବ୍ରିଜ୍ ଉପରେ ଅନେକ ଥର ପାଣି ପ୍ରବାହିତ ହେଉଥିଲା । କିନ୍ତୁ ଠିକ୍ ସମୟରେ ଏହି ବ୍ରିଜ୍‌ର ଯତ୍ନ ନିଆଯାଇନଥିଲା । ଗତ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଆଜି ଏହି ବ୍ରିଜ୍‌ଟି ଧୋଇ ଯାଇଛି ।

ସୂଚନାଯୋଗ୍ୟ ଯେ, ପଞ୍ଜାବକୁ ହିମାଚଳ ସହିତ ସଂଯୋଗ କରୁଥିବା ଏହା ଏକମାତ୍ର ରେଲଓ୍ବେ ଟ୍ରାକ୍ । ଯାହାକୁ ପ୍ରଶସ୍ତିକରଣ କରିବା ପାଇଁ ସରକାର ଅନେକ ବିମାନ ସର୍ଭେ କରିଥିଲେ । ପରେ ଏହାକୁ ଐତିହାସିକ ଐତିହ୍ୟ ଘୋଷଣା କରି ସେହିଭଳି ଛାଡି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.