‘ଚକ୍ ଦେ’ ଫେମ୍ ଚିତ୍ରାଶି କଲେ ବିବାହ, ଦୀର୍ଘଦିନର ବୟଫ୍ରେଣ୍ଡ ସହ ନେଲେ ସାତଫେରା
5/02/2023 at 8:53 AM

ମୁମ୍ଵାଇ ୦୫।୦୨: ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ଚକ ଦେ ଇଣ୍ଡିଆ’ ଫେମ୍ ଚିତ୍ରାଶି ରାୱତ ଏହି ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପ୍ରେମିକା ଧ୍ରୁବଦିତ୍ୟ ଭଗବାନୀଙ୍କ ସହ ସାତ ଫେରା ନେଇଛନ୍ତି। କନିଆ ବେଶରେ ଚିତ୍ରାଶି ବହୁତ ସୁନ୍ଦର ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବ୍ରାଇଡାଲ୍ ଫଟୋ ଭାଇରାଲ ହେବାରେ ଲାଗିଛି। ଚିତ୍ରାଶି ଏବଂ ଧ୍ରୁବାଦିତ୍ୟ ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁହେଁ ନାଚି ନାଚି ମଣ୍ଡପରେ ପହଞ୍ଚିଥିଲେ।
ଅଭିନେତ୍ରୀ ଉତ୍ତରାଖଣ୍ଡର ପାରମ୍ପାରିକ ଅଳଙ୍କାର ସହ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ନାଲି ଲେହେଙ୍ଗାରେ ଅଭିନେତ୍ରୀ ଚିତ୍ରାଶି ରାୱତ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଧୁବ୍ରାଦିତ୍ୟ ବି କୌଣସି ହିରୋ ଠାରୁ କମ୍ ଦେଖାଯାଉନଥିଲେ। ଚିତ୍ରାଶିଙ୍କ ବିବାହରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଚିତ୍ରାଶିଙ୍କ ଫଟୋ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଚିତ୍ରାଶି ରାୱତ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ଚକ ଦେ ଇଣ୍ଡିଆ ଚଳଚ୍ଚିତ୍ରରୁ ନିଜର ଫେମ୍ ହାସଲ କରିଥିଲେ। ଟିଭି ସିରିଏଲ ବ୍ୟତୀତ ଚିତ୍ରାଶି ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଚିତ୍ରାଶି କିଛି ୱେବ୍ ସିରିଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ କାମ କରିଛନ୍ତି।