ଚୀନ୍-ତାଇୱାନ ଉତ୍ତେଜନାରେ ଘନଉଛି ଯୁଦ୍ଧ ଆଶଙ୍କା, ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଜାରି ରଖିଛି ସମରାଭ୍ୟାସ

Published By : Prameya-News7 Bureau | August 10, 2022 IST

ତାଇପେଇ ସିଟି ୧୦।୮: ଆମେରିକା ପ୍ରତିନିଧିସଭା ବାଚସ୍ପତି ନାନ୍ସୀ ପେଲୋସୀଙ୍କ ସଫଳ ତାଇୱାନ ଯାତ୍ରା ଚୀନ୍‌ ଆଖିରେ ଏବେ କଣ୍ଟା ପାଲଟିଛି। ପେଲୋସୀଙ୍କୁ ଅଟକାଇବାରେ ବିଫଳ ଚୀନ୍‌ ଏବେ ତାଇୱାନ ଉପକୂଳକୁ କ୍ଷେପଣାସ୍ତ୍ର ମାଡ଼ କରୁଛି। ଅଗଷ୍ଟ ୪ ତାରିଖରୁ ସମରାଭ୍ୟାସ ବାହାନାରେ ଚୀନ୍‌ ତାଇୱାନର ସବୁ ଉପକୂଳକୁ ଅବରୋଧ କରି ରଖିଛି। ଚୀନ୍‌ ସମରାଭ୍ୟାସ ଅବଧିକୁ ବୃଦ୍ଧି କରିଥିବା ବେଳେ ବୁଧବାର ତାଇୱାନ ପୂର୍ବ ଓ ପଶ୍ଚିମ ଉପକୂଳରେ ଗତିବଧି ବଢାଇଛି।

{"id":669070,"width":842,"height":473,"sizeSlug":"full","linkDestination":"none"}

୪ ଦିନରୁ ଅଧିକ କାଳ ହେଲା ତାଇୱାନ୍ ଷ୍ଟ୍ରେଟ୍‌ରେ ସମରାଭ୍ୟାସ କରୁଥିବା ଚୀନ୍‌ ଗତ ରବିବାର ଶେଷ ଅଭ୍ୟାସ  କରିବାର ଥିଲା। ତେବେ  ତାଇୱାନ ଉପକୂଳରୁ ଏବେ ହଟୁନି ଚୀନ୍‌। ସୋମବାର ଅଭ୍ୟାସ କାଳରେ ଚୀନ୍‌ ତାଇୱାନ ଉପକୂଳ ସମୁଦ୍ର ସମେତ ଭୂ-ଭାଗକୁ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଯୁଦ୍ଧବିମାନ ବି ଉଡାଇଥିଲା। ଚୀନ୍‌ ପ୍ୟୁପିଲସ୍ ଲିବରେସନ ଆର୍ମି( ପିଏଲଏ)ର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଏହି ସମରାଭ୍ୟାସ ମାଧ୍ୟମରେ ତାଇୱାନ ଉପରେ ଆକ୍ରମଣର  ଅଭ୍ୟାସ କରୁଥିବା କହିଛି।

{"id":669071,"sizeSlug":"full","linkDestination":"none"}

ଏହି ଅଭ୍ୟାସରେ ଚୀନ୍‌ ସେନା ସମୁଦ୍ରରେ ବୁଡାଜାହାଜ ରୋଧୀ ଆକାଶରୁ ପୋତ ଉପରେ ଆକ୍ରମଣର କ୍ଷମତା ପରଖୁଥିବା କହିଛି। ଯାହା ଏବେ ଜାରି ରହିବ। ତେବେ ବୁଧବାର ତାଇୱାନ ଓ ଚୀନ୍‌ ସେନାର ପାଖାପାଖି ୨୦ଟି ଜାଜାହ ତାଇୱାନ ଷ୍ଟ୍ରେଟ୍‌ରେ ମୁହାଁମୁହିଁ ହୋଇଥିବାର ଦେଖାଯାଇଛି। ଏଥିରୁ ଚୀନ୍‌ ହରତକତରେ ତାଇୱାନ ମଧ୍ୟ ଏବେ ଅଣ୍ଟା ଭିଡିଥିବାର ଅନୁମାନ କରାଯାଉଛି। ଯଦି ଏହି ଉତ୍ତେଜନା ପ୍ରସମିତ ନ ହେଲା ତେବେ ଯୁଦ୍ଧରେ ରୂପାନ୍ତରିତ ହେବାର ଏବେ ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.