ଲୋକନାଥ ମନ୍ଦିରରେ ମାତିଲେ ଲୁଟେରା, ଗମ୍ଭୀରା ଭିତରୁ ଦୁର୍ବୃତ୍ତ ଲୁଟିନେଲା ସୁନା ଚେନ୍

Published By : Prameya-News7 Bureau | March 01, 2022 IST

ପୁରୀ ୦୧/୦୩: ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର । ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ । ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦୁର୍ବୁତ୍ତ ଲୁଟି ନେଲା ସୁନା ଚେନ୍‌ । ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମଗିରି ବ୍ଲକର ସରସ୍ୱତୀ ପଲ୍ଲେଇ ।

ଆଜି ଜାଗର ଯାତ୍ରା ଅବସରରେ ସରସ୍ଵତୀ ପରିବାର ଲୋକଙ୍କ ସହ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ଗମ୍ଭୀରା ଭିତରେ ତାଙ୍କ ବେକରୁ ୧୪ ଭରିର ସୁନା ଚେନ ଦୁର୍ବୁତ୍ତ ଲୁଟି ନେଇଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିବା ସହ ବାସେଳୀ ସାହି ଥାନା ପୋଲିସରେ ଅଭିଯୋଗ କରିଛନ୍ତି । ସେହିପରି ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟ କରୁଥିବା ବେଳେ ବୃଦ୍ଧା ଜଣକ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାର ଅଞ୍ଜନା ପଲ୍ଲାଇ ଆଜି ପୁରୀ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ସମ୍ମୁଖରୁ ଭୋଗ କିଣୁଥିଲେ। ତେବେ ସେହି ସମୟରେ ଜଣେ ମହିଳା ଲୁଟେରା ଅଞ୍ଜନାଙ୍କ  ବେକରୁ ଚେନ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଜନା ସମ୍ପୃକ୍ତ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ ଜଣେ ମହିଳା ଲୁଟେରାକୁ ଅଟକ ରଖିଯାଇଥିବା କହିଛନ୍ତି ଅତିରିକ୍ତ ଏସପି ମିହିର କୁମାର ପଣ୍ଡା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.