ଗୋଳନ୍ଥରା ପୋଲିସକୁ ସଫଳତା, ବେଆଇନ୍ ୟୁନିଟ ଉପରେ ଚଢାଉରେ ବିପୁଳ ପରିମାଣର ଗୁଟଖା ଜବତ

Published By : Prameya-News7 Bureau | October 14, 2022 IST

ବ୍ରହ୍ମପୁର ୧୪/୧୦: ଗୋଳନ୍ଥରା ପୋଲିସ୍‌ର ବଡ ଧରଣର ଚଢାଉ । ହଳଦିଆପଦର ଓ ଅଟୋନଗର ବେଆଇନ୍ ଗୁଟଖା ୟୁନିଟ ଉପରେ ଚଢାଉ । ବିପୁଳ ପରିମାଣର ଗୁଟଖା, ଗୁଟଖା ସାମଗ୍ରୀ ସହ ବିଭିନ୍ନ ମେସିନ୍ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ୍ ।

wp:gallery {"linkTo":"none"} /wp:gallery

ଦୁଇଜଣଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ମୁଖ୍ୟ କାର୍ପଟଦାର ପି ଗୋପାଳ କ୍ରିର୍ଷ୍ଣା ରାଓଙ୍କୁ ଗିରଫ କରିବାକୁ ପୁଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ପୋଲିସ୍ ହଳଦିଆପଦର ଏହି ଗୁଟୁଖା ୟୁନିଟ୍ ଉପରେ ଚଢାଉ କରିଥିବା ନଜିର ରହିଛି । ସେତେବେଳେ ମଧ୍ୟ ପି ଗୋପାଳ କ୍ରିର୍ଷ୍ଣାଙ୍କ ନାମରେ ମାମଲା ଦାଏର୍ ହୋଇଥିଲା ।

ଏବେ ପୁଣି ଥରେ ସେହି ବେଆଇନ୍ ଗୁଟଖା ପ୍ରସ୍ତୁତ ୟୁନିଟ ଉପରେ ପୋଲିସ୍ ଚଢାଉ କରି ଅଧିକ ତଦନ୍ତ କରୁଛି । ପି,ଗୋପାଳ କ୍ରିର୍ଷ୍ଣା ଓ ଅନ୍ୟ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ପଦକ୍ଷେପ ଗ୍ରହଣ କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.