ଅର୍ଥ ହେରଫେର ମାମଲା, ବିଶ୍ବବିଦ୍ୟାଳୟର ପୂର୍ବତନ CFO ହିମାଂଶୁ କବି ଅଟକ
31/10/2021 at 2:48 PM

ଖୋର୍ଦ୍ଧା ୩୧।୧୦: ଖୋର୍ଦ୍ଧା ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ଅଟକ । ହିମାଂଶୁ ଶେଖର କବିଙ୍କୁ କୋଲକାତାରୁ କାବୁ କଲା ପୋଲିସ୍ । ସେଞ୍ଚୁରିଆନରୁ ୧କୋଟି ୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଅଟକ ରଖିଛି ପୋଲିସ । ଗତ ବର୍ଷ ଡିସେମ୍ବର ମାସରୁ ହିମାଂଶୁ ଫେରାର ଥିଲେ।
ଖବର ଅନୁଯାୟୀ, ସେଞ୍ଚୁରିଆନ୍ ରୁ ୧କୋଟି ୩ ଲକ୍ଷ ଟଙ୍କା ହଡପ କରି ଗତ ବର୍ଷ ଡିସେମ୍ବର ମାସରୁ ଫେରାର ଥିଲା ହିମାଂଶୁ । ପୁର୍ବରୁ ହାଇକୋର୍ଟ ହିମାଂଶୁର ଆଡଭାନ୍ସ ବେଲ୍ ନାମଞ୍ଜୁର କରିଥିଲେ। ତେବେ ବିଶେଷ ସୂତ୍ରରୁ ଖବର ପାଇ ହିମାଂଶୁ କଲିକତାର ତାର ନିଜ ଘରେ ଲୁଚିଥିଲେ । ଜଟଣୀ ପୋଲିସ ସେହିଠାରୁ ଗତକାଲି ରାତିରେ ହିମାଂଶୁକୁ ଉଠାଇ ଆଣି ପଚରା ଉଚରା କରୁଛି।