ବ୍ରଜରାଜନଗର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା, ଘରେ ଭୋଟ ଦେବେ ବୟସ୍କ ବ୍ୟକ୍ତି

Published By : Prameya-News7 Bureau | May 04, 2022 IST

ଭୁବନେଶ୍ୱର, ୦୪/୦୫: ବ୍ରଜରାଜନଗର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରଜରାଜନଗରରେ ମୋଟ ୨,୧୪,୭୪୫ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୧୯ ଭିନ୍ନକ୍ଷମ ଓ ୩୧୨୭ ଜଣ ୮୦ ବର୍ଷରୁ ଅଧିକ ବୟସ୍କ ରହିଛନ୍ତି । ଭୋଟ ଗ୍ରହଣ ପାଇଁ ମୋଟ ୨୭୯ଟି ବୁଥ୍‌ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିବା ସିଇଓ ସୁଶିଲ୍‌ ଲୋହାନୀ  ସୂଚନା ଦେଇଛନ୍ତି । ମେ' ୧୧ ପର୍ଯ୍ୟନ୍ତ ଭୋଟର୍‌ ତାଲିକା ସଂଶୋଧନ ହୋଇପାରିବ । EVMରେ ହେବ ଭୋଟ୍‌ ଗ୍ରହଣ, VVPAT ବ୍ୟବସ୍ଥା' ରହିବ । ନିର୍ବାଚନରେ କୋଭିଡ୍‌ ନିୟମ ପାଳନ ହେବ ବୋଲି ସେ କହିଛନ୍ତି ।

ଭିନ୍ନକ୍ଷମ ଏବଂ ବୟସ୍କ ବ୍ୟକ୍ତି ଘରେ ଥାଇ ମଧ୍ୟ ଭୋଟ ଦେଇପାରିବେ । ସେମାନଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ର ବ୍ୟବସ୍ଥା କରାଯିବ । ଯେଉଁ ବ୍ୟକ୍ତିଙ୍କର କୋଭିଡ୍‌ ଲକ୍ଷଣ ଥିବା ସେମାନ ଟୋକନ୍‌ ନେଇ ଶେଷ ଘଣ୍ଟାକ ମଧ୍ୟରେ ଭୋଟ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.