LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଝାରସୁଗୁଡା ଉପ-ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍, ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ

29/03/2023 at 5:39 PM

ଭୁବନେଶ୍ବର ୨୯୩: ଝାରସୁଗୁଡା ଉପ-ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସାମ୍ବାଦିକ ସମ୍ମିଳନୀ । ମେ’ ୧୦ରେ ନିର୍ବାଚନ ହେବ । ୧୩ ତାରିଖରେ ଫଳ ପ୍ରକାଶ ପାଇବ । ନିର୍ବାଚନ ପାଇଁ ଝାରସୁଗୁଡାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ।

ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୧ ହଜାର ୭୦ ଭୋଟର ଅଛନ୍ତି ।  ୧୧୦୩୨୦ ହଜାର ପୁରୁଷ ଭୋଟର, ୧୧୦୬୮୭ ମହିଳା ଭୋଟର ଅଛନ୍ତି । ସେଥିମଧ୍ୟରୁ ୨୫୨୬ ଭିନ୍ନକ୍ଷମ, ୮୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ୪୦୭୪ ଭୋଟର ଅଛନ୍ତି । ତୃତୀୟ ଲିଙ୍ଗୀ ୬୩ ଜଣ ରହିଛନ୍ତି । ୨୫୩ ପୁଲିଂ ସେଣ୍ଟର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । ପୁଲିଂ ସେଣ୍ଟରରେ ପିଇବା ପାଣି, ଇଲେକ୍ଟ୍ରି, ରାମ୍ପ, ଶୌଚାଳୟ, ସମେତ ଗ୍ରୀଷ୍ମ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ଯେତିକି ଇଭିଏମ ଆବଶ୍ୟକ ହେବ ଯୋଗାଇ ଦିଆଯିବ ।

ସମ୍ଭାବ୍ୟ କୋଭିଡ଼ ସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗର ଯାହା ନିର୍ଦ୍ଦେଶ ସେ ହିସାବରେ କାମ କରାଯିବ । ପୋଲିସ ଡିଜିଙ୍କ ସହ ଆଲୋଚନା କରି ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ ପାଇଁ ଚେଷ୍ଟା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

   Related Posts