କ୍ଲବ‘ କେବଳ ବୟସ୍କଙ୍କ ପାଇଁ‘… ମଉଜ କଲେ,ଟଙ୍କା ଉଡେଇ ଚାକିରିରୁ ତଡାଖାଇଲେ ସିଇଓ

Published By : Prameya-News7 Bureau | December 16, 2019 IST

ୱାଶିଂଟନ.ତା ୧୬.୧୨- ନାଇଟ୍ କ୍ଲବ ନିଶାରୁ ଗଲା ଚାକିରି । ନାଇଟ କ୍ଲବ କହିଲେ ପୁରା ଠିକ୍ ହେବନି, ବରଂ ଷ୍ଟ୍ରିପ୍ କ୍ଲବ । ସେହି କ୍ଲବ୍‌ରେ  ସୁନ୍ଦରୀ ନର୍ତ୍ତକୀଙ୍କ ଅଧା ଅନାବୃତ ନାଚର ମାୟାରେ ଫସିଗଲେ ଏକ ଆମେରିକୀୟ  ଆଇଟି ଷ୍ଟାର୍ଟଅପ୍ କମ୍ପୀନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ବା ସିଇଓ । କମ୍ପାନୀ ଦେଇଥିବା କ୍ରେଡିଟ କାର୍ଡରୁ ଷ୍ଟ୍ରିପ୍ କ୍ଲବରେ ମୁଠା ମୁଠା ଡଲାର ଉଡାଇ ଥିବା ଅଭିଯୋଗରେ  କମ୍ପାନୀ ତାଙ୍କୁ ଚାକିରିରୁବିଦା କରିଛି ।

{"id":198472,"sizeSlug":"large"}

ଘଟଣାଟି  ଆମେରିକୀୟ ସୂଚନାପ୍ରଯୁକ୍ତି କମ୍ପାନୀ  ଟର୍ଭୋ  କ୍ଷେତ୍ରରେ ଘଟିଛି । ସାଧାରଣତଃ ବିଭିନ୍ନ କମ୍ପାନୀ ମାନେ ସେମାନଙ୍କ ଟପ୍ ଏକଜ୍ୟୁଟିଭ୍ ମାନଙ୍କୁ କିଛି ବିଶେଷ ସୁବିଧା ଦେଇଥାଏ । କ୍ଲାଏଣ୍ଟଙ୍କୁ ଆପ୍ପାୟୀତ କରିବାକୁ କମ୍ପାନୀ ଦେଇଥାଏ କ୍ରେଡିଟ କାର୍ଡ । ସେହି କ୍ରେଡିଟ କାର୍ଡରେ  କିଛି ଲାଭଦାୟୀ କ୍ଲାଏଣ୍ଟଙ୍କୁ ହୋଟେଲ ,କ୍ଲବ ଆଦିରେ ଖାଇବା ପିଇବା ଖର୍ଚ୍ଚ ଭରଣା କରିଥାନ୍ତି କମ୍ପାନୀ ଅଧିକାରୀ। ସେହିପରି ଭାବେ ଟର୍ଭୋ ସିଇଓ ଏରିକ୍ ଗ୍ଲିମୋରେହ୍କୁ  କମ୍ପାନୀ ଏକ କ୍ରେଡିଟ କାର୍ଡ ଦେଇଥିଲା । କିନ୍ତୁ ତାହାର ଯଥାର୍ଥ ଉପଯୋଗ ବଦଳରେ ସିଇଓ ଅପବ୍ୟୟ କରିଥିଲେ । ସେ ବିଭିନ୍ନ  ଷ୍ଟ୍ରିପ୍ କ୍ଲବରେ  ଯାଇ ଅୟସ କରିବା ସହ ନଗ୍ନ ନୃତ୍ୟ ଦେଖି ଖୁସି ମନାଇଛନ୍ତି।  ଏହା ଧରାପଡିଲା ଯେବେ, ଏରିକ୍ ଗ୍ଲିମୋରଙ୍କ କ୍ରେଡିଟ କାର୍ଡ ବିଲ୍ ପେମେଣ୍ଟ ଡିଟେଲ୍ସ ଯାଞ୍ଚ କଲେ କମ୍ପାନୀ  । ତିନି ବର୍ଷରେ  ଏରିକ କ୍ରେଡିଟ କାର୍ଡରେ  ବିଭିନ୍ନ ଷ୍ଟ୍ରିପକ୍ଲବରେ ୭୬ ହଜାର ଡଲାରରୁ ଅଧିକ ପୈଠ କରିଛନ୍ତି ।

{"id":198473,"sizeSlug":"large"}

ଏହି ବିଲ୍ ପୈଠ ହୋଇଥିବା ସବୁ କ୍ଲବ ଏବଂ ବାର୍ ଗୁଡିକ  ଆଡଲ୍ଟ  ଏଣ୍ଟରଟେନମେଣ୍ଟ  ଭେନ୍ୟୁ  କାଟାଗୋରୀରେ ଆସୁଛି  । ତେବେ କମ୍ପାନୀ କ୍ରେଡିଟ  କାର୍ଡରେ ଏରିକ୍  ମୋଟରେ ୧ ଲକ୍ଷ ୨୫ ହଜାର ଡଲାର ଖର୍ଚ୍ଚ କରିଚନ୍ତି । ସେଥିଲାଗି କମ୍ପାନୀ ପକ୍ଷରୁ ଏରିକ୍ଙ୍କୁ ନୋଟିସ ପରେ ହୋଇଛି ଆକ୍ସନ । ମଜାଦାର କଥାଟି ହେଲା  ଏରିକ୍ ତାଙ୍କ ବିଲ୍ ଦାଖଲ ବେଳେ କୌଣସି ଖର୍ଚ୍ଚକୁ ଅସ୍ୱୀକାର କରିନାହାନ୍ତି । ଏନେଇ କମ୍ପାନୀ ତାଙ୍କ ବିରୋଧରେ କେଶ୍ କରିଥିବା ବେଳେ ଏରିକ୍ ମଧ୍ୟ ପାଲଟା କେଶ୍ କରି , ତାଙ୍କୁ ବରଖାସ୍ତ କରିବା ବେଳେ କମ୍ପାନୀ ଉପଯୁକ୍ତ ନିୟମ ପାଳନ କରିନଥିବା ଯୁକ୍ତି କରିଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏରିକ୍ ଗ୍ଲିମୋର ହେଉଛନ୍ତି  ଟର୍ଭୋର ସହ ପ୍ରତିଷ୍ଠାତା । ସେ ତାଙ୍କର କିଛି ବନ୍ଧୁଙ୍କ ସହ ମିଶି ୨୦୧୪ ରେ ଟର୍ଭୋ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏବେ ଏହି କମ୍ପାନୀର ମୂଲ୍ୟ ୪୩୫ ନିୟୁତ ଡାଲାର ହେଲାଣି ।

{"id":198474,"sizeSlug":"large"}

 ଏରିକ୍ଙ୍କ ଭଳି ପୂର୍ବରୁ ଜଣେ କମ୍ପାନୀ ସିଇଓ ମଧ୍ୟ ବରବାଦ ହୋଇଛନ୍ତି । ଚୀନର ଏକ ସ୍ମାର୍ଟ ଫୋନ୍ ସିଇଓ ଲିଉ ଲିରଙ୍ଗ । କାସିନୋରେ ୧.୪ ଶହ କୋଟି ଡଲାର ହରାଇ ସେ ହୋଇଥିଲେ ଦେବାଳିଆ ।ପରେ ସେ ଭୁଲ ମାନିଥିଲେ, କିନ୍ତୁ ସେତେବେଳେକୁ ସେ ହାରି ସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.