scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଗଷ୍ଟ ମାସରେ କମ୍ ବର୍ଷା ଯୋଗ କମିଛି ଚାଷ, ବେଶି ପ୍ରଭାବିତ ହୋଇଛି ଡାଲି ଫସଲ, ହ୍ରାସ ପାଇଛି ଜଳ ସ୍ତର

3/09/2023 at 6:31 PM

pulse cultivation sharp fall

ନୂଆଦିଲ୍ଲୀ: ଗତ ଶହେ ବର୍ଷରେ ଚଳିତ ଅଗଷ୍ଟ ମାସରେ ସବୁଠାରୁ କମ ବର୍ଷା ହୋଇଛି। ଏଥିପାଇଁ ଖରିପ ଚାଷ ପ୍ରଭାବିତ ହୋଇଛି। ସେପ୍ଟେମ୍ବର ୧ ତାରିଖରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବିଶେଷ କ୍ଷତିଗ୍ରସ୍ତ ହୋଇଛି ଡାଲି ଚାଷ। ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ସଂଗ୍ରହ କରାଯାଇଥିବା ସୂଚନା ଅନୁସାରେ, ଡାଲି ଚାଷ ଜମି ୮.୪୮ ପ୍ରତିଶତ ହ୍ରାସ ପାଇଛି। ତେବେ ଗତବର୍ଷ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ମୋଟ ଡାଲି ଚାଷରେ ୧୧ ପ୍ରତିଶତ ହ୍ରାସ ହୋଇଥିଲା ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟ କହିଛି।

ଚଳିତ ବର୍ଷ ମୌସୁମୀ କ୍ରମାଗତ ଭାବରେ କମ୍‌ ବେଶି ହୋଇ ଚାଲିଛି। ଜୁଲାଇ ମାସରେ ୧୩ ପ୍ରତିଶତରୁ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ଅଗଷ୍ଟ ମାସରେ ଏହା ହ୍ରାସ ପାଇଛି। ଏବଂ ସମୁଦାୟ ନିଅଣ୍ଟିଆ ବର୍ଷା ବର୍ତ୍ତମାନ ହାରାହାରି ୧୦ ପ୍ରତିଶତ ହେବ ବୋଲି କୃଷି ମନ୍ତ୍ରଣାଳୟ କହିଛି।

Modi wants India's pulse market self-sufficient by 2020 - India Today

ଡାଲି ଚାଷ ପ୍ରଭାବିତ

ହରଡ଼, ବିରି ଓ ମୁଗ ଚାଷରେ ବିଳମ୍ଭ ଯୋଗୁ ଡାଲି ଚାଷ କ୍ଷେତ୍ର ହ୍ରାସ ପାଇଛି। ହରଡ଼ ଚାଷ ହୋଇଥିବା କ୍ଷେତ୍ର ୫.୭୬ ହ୍ରାସ ପାଇଥିବା ବେଳେ ବିରି  ଓ ମୁଗ ଚାଷରେ ଯଥାକ୍ରମେ ୧୩.୫ ପ୍ରତିଶତ ଓ ୭.୭ ପ୍ରତିଶତ ହ୍ରାସ ପାଇଛି। ସେପଟେ ହରଡ଼ ଡାଲିର ଖୁଚୁରା ମୂଲ୍ୟ ମଧ୍ୟ ବଢ଼ିଛି। ଖାଉଟି ବ୍ୟାପାର ବିଭାଗର ୱେବ୍‌ସାଇଟ୍‌ରେ ଥିବା ତଥ୍ୟ ଅନୁସାରେ, ହରଡ଼ା ଡାଲି ମୂଲ୍ୟରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ଖରିପ ଚାଷରେ ହରଡ଼ ଓ ବିରି ଚାଷ କରାଯାଉଛି।

କପା ଧାନ ଚାଷର ସ୍ଥିତି

ଚଳିତ ବର୍ଷ କପା ବୁଣିବା ମଧ୍ୟ ୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହାର ଏକର ଜମି ଗତ ବର୍ଷ ୧୨୫.୬୪ ଲକ୍ଷ ହେକ୍ଟର ଥିଲା। ହେଲେ ଚଳିତ ବର୍ଷ ୧୨୩ ଲକ୍ଷ ହେକ୍ଟରକୁ ଖସି ଆସିଛି। ତେବେ ଧାନ ଚାଷ କିନ୍ତୁ ଦ୍ରୁତ ଗତିରେ ଜାରି ରହିଛି। ସେପ୍ଟେମ୍ବର ୧ ତାରିଖରେ ଧାନ ଚାଷ ୩.୭ ପ୍ରତିଶତ ବୃଦ୍ଧି ହୋଇଛି। ଗତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ୩୮୩ ଲକ୍ଷ ହେକ୍ଟର କ୍ଷେତରେ ଧାନ ଚାଷ ହୋଇଥିଲା। ହେଲେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ଏହା ବଢ଼ି ୩୯୮ ଲକ୍ଷ ହେକ୍ଟର ହୋଇଥିଲା। ଯଦିଓ ଚାଉଳ ଗଚ୍ଛିତ ପରିମାଣ ଅବଶ୍ୟକତା ଠାରୁ ଅଧିକ ରହିଛି, ତେବେ ସୁଦ୍ଧା ଗତ ୫ ବର୍ଷରେ ଏହାର ଚାଷ କମ୍ ରହିଛି।

Pulse Farmers: Custodians of Fertility, Water and Climate-friendly  Agriculture – SANDRP

ଶରତ ଋୁତୁର ଫସଲ ବୁଣିବା ଦିନ ସରିଯାଇଥିବାରୁ ଡାଲି ଚାଷରେ ସେତେଟା ବୃଦ୍ଧି ଘଟିବା ଆଶା କରାଯାଉ ନାହିଁ। ତେଣୁ ଏଥର ଡାଲି ଚାଷ ହ୍ରାସ ପାଇବ। ସେହିପରି ତୈଳ ବୀଜ ଏବଂ ଆଖୁ ଚାଷ ଗତବର୍ଷ ଅପେକ୍ଷା ସାମାନ୍ୟ ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ତଥ୍ୟ ଦେଇଛି। ସେହିପରି କିଛି ବ୍ୟାଙ୍କ ମଧ୍ୟ ସେମାନଙ୍କର ଗବେଷଣା ରିପୋର୍ଟ ପ୍ରକାଶ କରିଛନ୍ତି। ବ୍ୟାଙ୍କ ଅପ୍ ବରୋଦାର ରିପୋର୍ଟ ଅନୁସାରେ, ଧାନ ଚାଷ ୨.୪-୩.୮ ପ୍ରତିଶତ ବଢ଼ିଥିବା ବେଳେ ଡାଲି ଚାଷ ୧୨ ପ୍ରତିଶତ ହ୍ରାସ ପାଇଛି। ସର୍ବମୋଟ ଖରିପ ଚାଷ ଗତ ବର୍ଷ ଅପେକ୍ଷା ୦.୪ ପ୍ରତିଶତ ଅଧିକ ହୋଇଛି।

Rice farming in India much older than thought | Mint

ଜଳଭଣ୍ଡାରର ସ୍ତର ୬୩ ପ୍ରତିଶତ ଏତିହାସିକ ସର୍ବ ନିମ୍ନ ସ୍ତରରକୁ ହ୍ରାସ ପାଇଛି। ଗତ ସପ୍ତାହରେ ଜଳ ସ୍ତର ଏକ ପ୍ରତିଶତ କମିଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ପ୍ରମୁଖ ଜଳଭଣ୍ଡାରରେ ଜଳ ସ୍ତର ୬୩ ପ୍ରତିଶତ ରହିଥିବା ବେଳେ ଗତ ସପ୍ତାହରେ ୬୪ ପ୍ରତିଶତ ଥିଲା। ତେବେ ଗତବର୍ଷ ସମାନ ଅବିଧିରେ ଜଳ ସ୍ତରେ ୭୭ ପ୍ରତିଶତ ଥିଲା।    

   Related Posts