ଗୁଗଲ୍‌ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ପ୍ଲେ ଷ୍ଟୋର୍‌ରୁ ଭାରତୀୟ ଆପ୍ସକୁ ହଟାଇବା ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ବିଲ୍‌ ପେମେଣ୍ଟ କରୁଥିବା ଭାରତୀୟ ଆପ୍ ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୁଗଲ୍। ଗୁଗଲ୍ ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ କମ୍ପାନୀର ଆପ୍ ଅପସାରଣ କରିଛି। ସରକାର ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଗୁଗୁଲ ଏବଂ ପ୍ଲେ ଷ୍ଟୋରରୁ ଅପସାରିତ ହୋଇଥିବା ଆପ୍ସ ସମ୍ପର୍କରେ ଆସନ୍ତା ସପ୍ତାହରେ ଏକ ବୈଠକ କରିବେ, ଯାହା ଦ୍ୱାରା ବିବାଦର ସମାଧାନ ହୋଇପାରିବ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେ କହିଛନ୍ତି ଯେ ସରକାର ଗୁଗୁଲର ପ୍ରତିନିଧୀଙ୍କୁ ନେଇ ଏକ ବୈଠକ ଡାକିଛନ୍ତି, କମ୍ପାନୀକୁ ଏହି ଆପ ହଟାଇବାକୁ ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଯେ ଆମର ଷ୍ଟାର୍ଟଅପ୍ ସିଷ୍ଟମ ଜୀବନ୍ତ, ଏହାକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ।

ଏହାର ଶୀଘ୍ର ସମାଧାନ ପାଇଁ ଆଶା ବ୍ୟକ୍ତ କରି ଆଇଟି ମନ୍ତ୍ରୀ କହିଛନ୍ତି, "ମୁଁ ଆଶା କରୁଛି ଯେ ଗୁଗୁଲ ଏହାର ସଠିକ୍ ଦୃଷ୍ଟିକୋଣ ଗ୍ରହଣ କରିବ। ଆମର ଷ୍ଟାର୍ଟଅପ୍ ସିଷ୍ଟମ ଜୀବନ୍ତ ଏବଂ ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା ଜରୁରୀ ଅଟେ।" ସେ କହିଛନ୍ତି ଯେ ଗୁଗୁଲ UPI ପରି ଭାରତୀୟ ଟେକ୍ନୋଲୋଜିକୁ ବହୁତ ଭଲ ଭାବରେ ଗ୍ରହଣ କରିଛି। ସେ କହିଛନ୍ତି ଯେ ନିଶ୍ଚିତ ଯେ ଗୁଗୁଲ ଏହି ସମସ୍ୟାର ସମାଧାନ କରିବ। ଏହି ପ୍ରସଙ୍ଗରେ ଗୁଗୁଲ ସହିତ ଆଲୋଚନା ହେବ।

ପ୍ରକାଶଥାଉକି ଗୁଗଲ୍ ଏହାର ପ୍ଲେ ଷ୍ଟୋରରୁ Shaadi.com, Naukri.com, 99 ଏକର ଡଟ୍ କମ୍ ଭଳି ଲୋକପ୍ରିୟ ଆପ୍ ଅପସାରଣ କରିଛି। ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗୁଲ୍ ପ୍ଲେ ଷ୍ଟୋର କହିଛି ଯେ ଏହି ଆପ୍ ଡେଭଲପର୍ସମାନେ ସେମାନଙ୍କର ନିର୍ଦ୍ଦେଶାବଳୀ ଅନୁସରଣ କରିନାହାଁନ୍ତି, ଏହି ସେବାଗୁଡିକ ପାଇଁ ଦେୟ ଏପର୍ଯ୍ୟନ୍ତ କରାଯାଇ ନାହିଁ, ତେଣୁ ଏହି ପଦକ୍ଷେପ ନିଆଯାଇଛି। Shadi.com ର ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ସହିତ ଜଡିତ ଅନୁପମ ମିତ୍ତଲ ଗୁଗୁଲର ଏହି ପଦକ୍ଷେପକୁ ଇଣ୍ଟରନେଟ ପାଇଁ ବ୍ଲାକ୍‌ ଡେ’ ବୋଲି କହିଛନ୍ତି।

ଗୁଗୁଲ ଏହାର ପ୍ଲେ ଷ୍ଟୋରର ପେମେଣ୍ଟ ପଲିସି ଅପଡେଟ୍ କରିଛି। ଗୁଗୁଲ୍ କହିଛି ଯେ ଏହି ଭାରତୀୟ କମ୍ପାନୀଗୁଡିକ ପ୍ଲେ ଷ୍ଟୋରର ସେବା ଶୁଳ୍କ ଦେଇ ନାହାଁନ୍ତି। ସେଥିପାଇଁ ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ ଆପକୁ ହଟାଇ ଦେଇଛି। ଗୁଗୁଲର ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.