ରେଲୱେକୁ କେନ୍ଦ୍ରର ବଡ଼ ଉପହାର, ୩୨ ହଜାର କୋଟିରେ ବଦଳିବ କାୟାକଳ୍ପ

Published By : Prameya-News7 Bureau | August 16, 2023 IST

ନୂଆଦିଲ୍ଲୀ, ୧୬/୦୮: ଏବେ ଦେଶର ରେଲଓ୍ବେ ବିକାଶ ଆହୁରି ଦ୍ରୁତ ଭାବରେ ହେବ। କାରଣ କେନ୍ଦ୍ର ସରକାର ଏଥିପାଇଁ ୭ଟି ବଡ଼ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଆୟୋଜିତ କ୍ୟାବିନେଟ୍‌ ବୈଠକରେ ଏହି ପକଳ୍ପ ଉପରେ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ବିଶ୍ବାସ ରହିଛି ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବା ଦ୍ବାରା ଭାରତୀୟ ରେଳବାଇ ଆଧୁନିକ ହୋଇଯିବ ଏବଂ ପୂର୍ବ ତୁଳନାରେ ସୁବିଧା ଆହୁରି ଅଧିକ ହୋଇଯିବ। ବଡ଼ କଥା ହେଉଛି ଏହି ପ୍ରୋଜେକ୍ଟ ଅନୁଯାୟୀ ଦେଶରେ ଅନେକ ସ୍ଥାନରେ ନୂଆ ରେଳ ଲାଇନ୍‌ ବିଛାଯିବ। ଏହା ସହ ରେଳ ଲାଇନକୁ ଅପଗ୍ରେଡ୍‌ ମଧ୍ୟ କରାଯିବ ଏଥିପାଇଁ ସରକାର ପ୍ରାୟ ୩୨୫୦୦ କୋଟି ଟଙ୍କା ନିର୍ଦ୍ଧାରିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାଧୀନତା ପରଠୁ ଆଜି ଯାଏ ବିଜୁଳି ୩୯୦୦୦%, ସଡ଼କ ୧୫୭୦୦%, ରେଳ ଲାଇନ ୨୫୦% ବଢିଛି

ଏଥିରୁ ୪୧୯୫ କୋଟି ଟଙ୍କା ବ୍ୟୟରେ ସମଗ୍ର ଦେଶରେ ୫୦୮ ରେଳ ଷ୍ଟେସନକୁ ଆଧୁନିକୀକରଣ କରାଯିବ। ଏହି ଷ୍ଟେସନରେ ଯାତ୍ରୀଙ୍କୁ ସବୁ ପ୍ରକାରର ଆଧୁନିକ ସୁବିଧା ମିଳିବ। ଏହି ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଅମୃତ ଭାରତ ଷ୍ଟେସନ ଯୋଜନା ଅନୁଯାୟୀ କରାଯିବ। ସେହିଭଳି କୁହାଯାଉଛି ଯେ, ଭାରତୀୟ ରେଳବାଇ ବନ୍ଦେ ଭାରତର ସ୍ଲିପର ଟ୍ରେନ୍‌ ମଧ୍ୟ ଆଣିପରେ। ଏହା ଆସନ୍ତା ବର୍ଷ ସୁଦ୍ଧା ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.