FLAG CODE: ଏବେ ଦିନ-ରାତି ଉଡାଇ ପାରିବେ ତ୍ରିରଙ୍ଗା, ପଲିଷ୍ଟର ଏବଂ ମେସିନ ତିଆରି ପତାକାକୁ ବି ଅନୁମତି

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପତାକା ସଂହିତା (FLAG CODE)ରେ ବଡ଼ ପରିବର୍ତ୍ତନ କରିଛନ୍ତି । ନୂଆ ଗାଇଡଲାଇନରେ ଦିନ ସହ ରାତିରେ ମଧ୍ୟ ତ୍ରିରଙ୍ଗା ଉଡାଇବାକୁ ଅନୁମତି ଦିଆଯାଇଛି । ଏହାସହ ପଲିଷ୍ଟର ଏବଂ ମେସିନ ତିଆରି ରାଷ୍ଟ୍ରୀୟ ପତାକାର ଉପଯୋଗକୁ ଅନୁମତି ଦିଆଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଜରିଆରେ କେନ୍ଦ୍ର ସରକାର ଅଗଷ୍ଟ ୧୩ରୁ ୧୫ ଯାଏଁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି, ଏହାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି।

ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି, ଭାରତର ଜାତୀୟ ପତାକାର ପ୍ରଦର୍ଶନ, ଉଡାଇବା ଏବଂ ଉପଯୋଗ ଇଣ୍ଡିଆନ ଫ୍ଲାଗ କୋଡ ୨୦୦୨ ଏବଂ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ ୧୯୭୧ ଅଧିନରେ ଆସିଥାଏ।

ଚିଠି ଅନୁସାରେ, ପତାକା ସଂହିତାରେ ୨୦୨୨ ଜୁଲାଇ ୨୦ର ଏକ ନିର୍ଦ୍ଦେଶ ଜରିଆରେ ସଂଶୋଧନ କରାଯାଇଛି । ଏହା ଅନୁସାରେ ଏବେ ଯେଉଁଠି ଖୋଲାରେ ପ୍ରଦର୍ଶିତ କରାଯାଇଥାଏ କିମ୍ୱା କୌଣସି ନାଗରିକଙ୍କ ଘରେ ପ୍ରଦର୍ଶିତ କରାଯାଇଥାଏ, ଏବେ ଦିନ-ରାତି ଉଡା ଯାଇ ପାରିବ ।

ଏହା ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ତ୍ରିରଙ୍ଗାକୁ ଉଡାଇବାକୁ ଅନୁମତି ଥିଲା । ଏହାସହ ମେସିନ ଏବଂ ପଲିଷ୍ଟରରୁ ତିଆରି ରାଷ୍ଟ୍ରୀୟ ପତାକାକୁ ଉପଯୋଗ କରିପାରିବେ । ଏହା ପୂର୍ବରୁ ପଲିଷ୍ଟର ଏବଂ ମେସିନ ତିଆରି ରାଷ୍ଟ୍ରୀୟ ଧ୍ୱଜାର ଉପଯୋଗକୁ ଅନୁମତି ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.