ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ଅଙ୍ଗଦାନ ଏବଂ ପ୍ରତିରୋପଣ ପାଇଁ ଲାଗୁ ହେବ ‘ୱାନ୍ ନେସନ୍, ୱାନ୍ ପଲିସି’, ହଟିବ ବୟସ କଟକଣା

17/02/2023 at 6:08 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଙ୍ଗ ଏବଂ ଟିସ୍ୟୁର ପ୍ରତିରୋପଣ ଏବଂ ଦାନକୁ ନେଇ ସାରା ଦେଶରେ ଗୋଟିଏ ନିୟମ ଆଣିବାକୁ ଲାଗୁ କରିବାକୁ ଯାଉଛନ୍ତି । ଅର୍ଥାତ ଏବେ ଦେଶରେ ଅର୍ଗାନ ଡୋନେସନ ଏବଂ ଟ୍ରାନ୍ସପ୍ଲାଣ୍ଟ ପାଇଁ ୱାନ୍ ନେସନ, ୱାନ୍ ପଲିସି ଲାଗୁ ହେବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏଥିପାଇଁ ସଚେତନ କରିବାକୁ ସବୁ ବୟସ ବର୍ଗର ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ଗୋଟିଏ ବିଷୟ ପ୍ରସ୍ତୁତ କରାଯାଇଛି, ଯାହା ସବୁ ପିଲାଙ୍କ ପଢାଯିବ ।

ନୂଆ ନୀତି ଅନୁସାରେ କେନ୍ଦ୍ର ସରକାର ଜୋମିସାଇଲ ଆବଶ୍ୟକତାକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ସବୁ ରାଜ୍ୟକୁ ଅବଗତ କରାଯାଇଛି । ନୂଆ ନିୟମ ପରେ ଜଣେ ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ଅଙ୍ଗ ପାଇବା ପାଇଁ ପଞ୍ଜିକରଣ କରିପାରିବେ ଏବଂ ପ୍ରତିରୋପଣ ମଧ୍ୟ କରିପାରିବେ । ପୂର୍ବରୁ ରାଜ୍ୟ ଗୁଡିକର ଅର୍ଗାନ ଆବଣ୍ଟନ ନୀତିରେ ବ୍ୟକ୍ତିଙ୍କୁ ଅଙ୍ଗ ନେବା ପାଇଁ ଡୋମିସାଇଲର ଆବଶ୍ୟକତା ପଡୁଥିଲା । ଏବଂ ବ୍ୟକ୍ତି ଜଣଙ୍କ ନିଜ ରାଜ୍ୟରେ ହିଁ ଅର୍ଗାନ ନେବା ପାଇଁ ପଞ୍ଜିକରଣ କରିପାରୁଥିଲେ ।

ନୂଆ ନୀତିରେ କେନ୍ଦ୍ର ସରକାର ୬୫ ବର୍ଷର ବୟସସୀମା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବଞ୍ଚିବାର ଅଧିକାରରୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଯେକୌଣସି ବୟସ ବର୍ଗର ବ୍ୟକ୍ତି ଅର୍ଗାନ ନେବା ପାଇଁ ପଞ୍ଜିକରଣ କରିପାରିବେ । ପୂର୍ବରୁ ନ୍ୟାସନାଲ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେନ (ନୋଟୋ)ର ନିର୍ଦ୍ଦେଶ ଅନୁସାରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଅର୍ଗାନ ନେବା ଉପରେ ରୋକ ଲାଗିଥିଲା ।

ଏହା ପୂର୍ବରୁ କିଛି ରାଜ୍ୟ ଅର୍ଗାନ ନେବା ପାଇଁ ପଞ୍ଜିକରଣ ଫି ନେଉଥିଲେ । କିନ୍ତୁ ଏବେ ସରକାର ଏହାକୁ ତତ୍କାଳ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । କିଛି ରାଜ୍ୟରେ ଅଙ୍ଗ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ଠାରୁ ୫୦୦୦-୧୦୦୦୦ ଟଙ୍କା ଯାଏ ଫି ନେଇଥାନ୍ତି ।

   Related Posts