ପାକିସ୍ତାନରେ ବ୍ରହ୍ମୋସ୍ ମିସାଇଲ୍ ମାଡ଼ ହେବା ଘଟଣା: ବାୟୁ ସେନାର ୩ ଅଫିସରଙ୍କୁ ନିଲମ୍ବିତ କଲେ ସରକାର
23/08/2022 at 8:21 PM

ନୂଆଦିଲ୍ଲୀ: ପାକିସ୍ତାନରେ ଭୁଲ ବଶତଃ ବ୍ରହ୍ମୋସ ମିସାଇଲ୍ ପଡ଼ିବା ଘଟଣାରେ ବାୟୁସେନାର ୩ ଅଫିସରଙ୍କୁ ନିଲମ୍ବିତ କଲେ କେନ୍ଦ୍ର ସରକାର। ଏନେଇ ବାୟୁ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଖୁବ୍ଶୀଘ୍ର ନିଲମ୍ବିତ ଅଫିସରମାନଙ୍କୁ ଚିଠି ପଠାଇ ଦିଆଯିବ ବୋଲି ବାୟୁ ସେନା କହିଛି। ମିଳିଥିବା ସୂଚନା ଅନୁସାରେ ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଓ ଦୁଇ ୱିଙ୍ଗ କମାଣ୍ଡର ନିଲମ୍ବିତ ହୋଇଛନ୍ତି।
୯ ମାର୍ଚ୍ଚ ୨୦୨୨ରେ ଭାରତରୁ ବ୍ରହ୍ମୋସ୍ ମିଶାଇଲ୍ ଭୁଲ୍ରେ ଫାୟାର ହୋଇ ପାକିସ୍ତାନର ଖାନେୱାଲା ଜିଲ୍ଲା ମିୟାଚାନୁରେ ପଡ଼ିଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିଲା। ତେବେ ପାକିସ୍ତାନ ଏହାକୁ ନେଇ ଆପତ୍ତି ଉଠାଇଥିଲା। ଏହାପରେ ଭାରତ ପକ୍ଷରୁ ସ୍ପଷ୍ଟୀକରଣ ଦେଇ ଭୁଲ୍ରେ ମିସାଇଲ୍ ପଡ଼ିଯାଇଥିଲା ବୋଲି କୁହାଯାଇଥିଲା। ଏହାପରେ ଘଟଣାର ତଦନ୍ତ ପାଇଁ ଏକ କୋର୍ଟ ଅଫ୍ ଇନ୍କୁଆରୀ (ସିଓଆଇ) ଗଠନ କରାଯାଇଥିଲା। ସିଓଆଇ ତଦନ୍ତ କରିବା ପରେ ଘଟଣା ପାଇଁ ୩ ଜଣଙ୍କୁ ମୁଖ୍ୟତଃ ଦାୟୀ କରାଯାଇଥିଲା।