ସମ୍ମେଦ ଶିଖର ହେବ ନାହିଁ ପର୍ଯ୍ୟଟନସ୍ଥଳୀ, ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ଝାଡଖଣ୍ଡର ପାରସନାଥ ସ୍ଥିତ ଜୈନ ସମାଜର ପବିତ୍ର ତୀର୍ଥ ସ୍ଥଳ ସମ୍ମେଦ ଶିଖରକୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଅନୁସାରେ, ଏହା ଏବେ ପର୍ଯ୍ୟଟନ କ୍ଷେତ୍ର ହେବ ନାହିଁ । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମସ୍ତ ପ୍ରକାର ପର୍ଯ୍ୟଟନ ଏବଂ ଇକୋ ଟୁରିଜିମ ଗିତିବିଧି ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହା ମଧ୍ୟ କହିଛନ୍ତି ଯେ ପାରସନାଥ ଅଞ୍ଚଳରେ ମଦ ଏବଂ ମାଂସ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଜୈନ ସମୁଦାୟ ଖୁସି ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସମ୍ମେଦ ଶିଖରଜୀକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରାଯିବା ନେଇ ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ଜୈନ ସମୁଦାୟ ପକ୍ଷରୁ ବିରୋଧ କରାଯାଇଥିଲା । ଏହି ନିଷ୍ପତ୍ତିକୁ ଫେରାଇ ନେବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ଧାର୍ମିକସ୍ଥଳୀର ପବିତ୍ରତା ହ୍ରାସ ହେବା ଅଭିଯୋଗ କରି ଜୈନ ସମାଜ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଥିଲେ । ଜୈନ ସମାଜର ପ୍ରତିନିଧିଙ୍କୁ ଭେଟିବା ପରେ, ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ ହେବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

wp:html /wp:html

ପାରସନାଥ ମାମଲାରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । କମିଟିରେ ଦୁଇ ସଦସ୍ୟଙ୍କୁ ସାମିଲ କରାଇବା ପାଇଁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏହାସହ ସ୍ଥାନୀୟ ଜନଜତି ସମାଜରୁ ଜଣଙ୍କୁ ସାମିଲ କରାଯିବ ।  

ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ କେନ୍ଦ୍ର ସରକାର ସମ୍ମେଦ ଶିଖରଜୀକୁ ଇକୋ ପର୍ଯ୍ୟନଟସ୍ଥଳୀ ଘୋଷଣା କରିବାକୁ ଅନୁମତି ଦେଇଥିଲେ । ଝାଡଖଣ୍ଡ ସରକାର ପକ୍ଷରୁ ଏଥିପାଇଁ ସୁପାରିସ କରାଯାଇଥିଲା । ଏହାପରେ ୨୦୨୨ ଫେବ୍ରୁଆରୀରେ ରାଜ୍ୟ ସରକାର ଏହାକୁ ନେଇ ଅଧିସୂଚନା ଜାରି କରିଥିଲେ ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଥିଲେ । ଏହାସହ ପର୍ଯ୍ୟଟନସ୍ଥଳୀ ନିକଟରେ ମଦ ଏବଂ ମାଂସ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.