Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ସାହାରା ନିବେଶକଙ୍କ ପାଇଁ ଖୁସି ଖବର, ଶୀଘ୍ର ମିଳିପାରେ ଟଙ୍କା, ସରକାର ନେଲେ ପଦକ୍ଷେପ

18/03/2023 at 4:49 PM

ନୂଆଦିଲ୍ଲୀ: ସାହାରା ଗ୍ରୁପର ନିବେଶକଙ୍କ ପାଇଁ ଭଲ ଖବର ସାମନାକୁ ଆସିଛି । ଶୀଘ୍ର ସେମାନେ ନିଜ ଫସିଥିବା ଟଙ୍କା ଫେରି ପାଇ ପାରିବେ । ସାହାରା-ସେବି ଫଣ୍ଡରେ ୨୪,୦୦୦ କୋଟି ଟଙ୍କା ଜମା ରହିଛି । ସରକାର ଏଥିରୁ ୫ ହଜାର କୋଟି ଟଙ୍କା ବାହାର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି, ଫଳରେ ୧.୧ କୋଟି ନିବେକଙ୍କୁ ଟଙ୍କା ପୈଠ କରାଯାଇ ପାରିବ ।

ନିବେଶକଙ୍କ ଟଙ୍କା ଦୀର୍ଘ ଦିନରୁ ସାହାରା ଗ୍ରୁପର ଚାରି କୋଅପରେଟିଭ ସୋସାଇଟିଜରେ ପଡ଼ି ରହିଛି । ୨୦୧୨ ମସିହାରେ ସୁପ୍ରିମକୋର୍ଟ ସାହାରା ହାଉସିଂ ଏବଂ ସାହାର ରିୟଲ ଇଷ୍ଟେଟକୁ ୨୫,୭୮୧ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କମ୍ପାନିଗୁଡିକ ୨୦୦୭ ମାର୍ଚ୍ଚରୁ ୨୦୦୯ ଅକ୍ଟୋବର ମଧ୍ୟରେ ତିନି କୋଟି ନିବେଶକଙ୍କଠାରୁ ଏହି ରାଶି ଏକାଠି କରିଥିଲେ । ଏହି ଦୁଇ କମ୍ପାନିଗୁଡିକ ବର୍ତ୍ତମାନ ସୁଦ୍ଧା କେବଳ ୧୫,୫୬୯ କୋଟି ଟଙ୍କା ଜମା କରିଛନ୍ତି, ଯାହା ଉପରେ ୯,୪୧୦ କୋଟି ଟଙ୍କାର ସୁଧ ହୋଇଛି । ଏହିପରି ସାହାରା-ସେବି ଫଣ୍ଡରେ ମୋଟ ୨୪,୯୭୯ କୋଟି ଟଙ୍କା ଜମା ରହିଥିଲା । ରିଫଣ୍ଡ ପରେ ଏହି ଆକାଉଣ୍ଟରେ ଏବେ ବି ୨୩,୯୩୭ କୋଟି ଟଙ୍କା ଜମା ରହିଛି ।

ସମବାୟ ମନ୍ତ୍ରାଳୟ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଅଶ୍ୱର୍ଯ ଭାଟି କୋର୍ଟରେ କହିଛନ୍ତି ଯେ ଚାରି ମଲ୍ଟି-ଷ୍ଟେଟ୍ କୋଅପରେଟିଭ ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି, ସାହାରା ୟୁନିଭର୍ସିଲ ମଲ୍ଟିପର୍ପଜ ସୋସାଇଟି, ହମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଏବଂ ଷ୍ଟାର୍ସ ମଲ୍ଟିପର୍ପଜ କୋଅପରେଟିଭ ସୋସାଇଟି ୯ କୋଟିରୁ ଅଧିକ ନିବେଶକଙ୍କଠାରୁ ୮୬,୬୭୩ କୋଟି ଟଙ୍କା ଏକାଠି କରିଥିଲେ ଏବଂ ଏଥିରୁ ୬୨,୬୪୩ କୋଟି ଟଙ୍କା ଆମ୍ୱିବେଲିରେ ନିବେଶ କରାଯାଇଥିଲା ।

   Related Posts