ସଂଶୋଧିତ ୱାନ୍‌ ରାଙ୍କ ୱାନ ପେନସନ ଯୋଜନାକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ଲାଭବାନ ହେବେ ୨୫ ଲକ୍ଷ ହିତାଧିକାରୀ

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ୱାନ୍‌ ରାଙ୍କ ୱାନ ପେନସନ(OROP) ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ଉପକୃତ ହେବେ ୨୫ ଲକ୍ଷ ମିଲିଟାରୀ ପେନ୍ସନ ଉପଭୋକ୍ତା। ଆଜି କେନ୍ଦ୍ର କ୍ୟାବିନେଟ୍ ସଂଶୋଧିତ OROPକୁ ମଞ୍ଜୁରୀ ଦେଇଛି। ଫଳରେ ପେନସନ ପାଉଥିବା ଯୁଦ୍ଧରେ ବିଧବା ହୋଇଥିବା ଯବାନଙ୍କ ପତ୍ନୀ, ଭିନ୍ନକ୍ଷମ ହୋଇଥିବା ଯବାନ ଓ ପରିବାର ଏଥିରେ ଲାଭବାନ ହେବେ ବୋଲି ସରକାର ସୂଚନା ଦେଇଛନ୍ତି।

OROPର ହେଉଛି ଏକ ସେନା କର୍ମୀଙ୍କ ଦିଆଯାଉଥିବା ପେନ୍‌ସନ ସମାନତା ଅଧିକାର। ସମାନ ସେବା ଓ ସମାନ ପଦବୀରେ ଅବସର ପରେ ଏହି ଯୋଜନା ମାଧ୍ୟମରେ ପେନ୍‌ସନ ଦିଆଯାଇଥାଏ। ସଂଶୋଧିକ OROP ଯୁବବର୍ଗଙ୍କୁ ସେନାର ଯୋଗ ଦେବାକୁ ଅକୃଷ୍ଟ କରିବ ବୋଲି ସରକାର କହିଛନ୍ତି।

୨୩ ହଜାର କୋଟିରୁ ଅଧିକ ଟଙ୍କା ଏରିଅର ଭାବରେ ୨୦୧୯ ଜୁଲାଇରୁ ୨୦୨୨ ଜୁନ ପର୍ଯ୍ୟନ୍ତ ଖର୍ଚ୍ଚ ହେବ। ସରକାରୀ ହିସାବ ଅନୁସାରେ ଓଆର୍‌ଓପି ପାଇଁ ବାର୍ଷିକ ୮.୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର କହିଛନ୍ତି। ଏଥିରେ ୩୧ ପ୍ରତିଶତ ମହଙ୍ଗା ଖର୍ଚ୍ଚ ବି ସାମିଲ୍ ରହିଛି।   

ଏରିୟର(ବାକିଥିବା) ଟଙ୍କାକୁ ୪ ଥର ୬ ମାସ ବ୍ୟବଧାନରେ କିସ୍ତି ଅନୁସାରେ ପ୍ରଦାନ କରାଯିବ। ତେବେ ପେନ୍‌ସନ ପାଉଥିବା ସମସ୍ତ ପରିବାର ଓ ଲିବରାଲାଇଜ୍ଡ ପରିବାର ପେନ୍‌ସନ ଉପଭୋକ୍ତ କିମ୍ବା ସମ୍ମାନୀୟ ଆୱାର୍ଡ ୱିନର ପରିବାରକୁ ଗୋଟିଏ କିସ୍ତିରେ ଟଙ୍କା ଦିଆଯିବ।

୧ ଜୁଲାଇ ୨୦୧୪ପେ ପେନ୍‌ସନ ଯୋଜନାକୁ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୧୫ରେ ଓଆର୍‌ଓପି ଲାଗୁ କରିଥିଲେ। ସରକାରଙ୍କ ସୂଚନା ଅନୁସାରେ ପ୍ରତି ୫ ବର୍ଷରେ ପେନ୍‌ସନ ଯୋଜନା ଉପରେ କାମ ହେବ। ବର୍ତ୍ତମାନ ସୁଧା ୫୭ ହଜାର କୋଟି ଖର୍ଚ୍ଚ ହୋଇଛି। ଗତ ୮ ବର୍ଷରେ ୭,୧୨୩ କୋଟି ଖର୍ଚ୍ଚ ହୋଇଛି ବୋଲି ସରକାର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.