ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଗୁଳିର ବେଗରେ ଚାଲିବ ଇଣ୍ଟରନେଟ୍ ! ସର୍ବନିମ୍ନ ସ୍ପିଡ୍ ଲିମିଟ୍ ବଢାଇଲେ ସରକାର

5/02/2023 at 9:53 PM

ନୂଆଦିଲ୍ଲୀ: ଇଣ୍ଟରନେଟ୍ ୟୁଜର୍ସ ଆଗାମୀ ଦିନରେ ଅଧିକ ଉନ୍ନତ ସେବା ପାଇପାରିବେ । ଏଥିପାଇଁ ସରକାର ନୂଆ ନିୟମ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ସର୍ବନିମ୍ନ ଡାଉନଲୋଡ ବ୍ରଡବ୍ୟାଣ୍ଡ ସ୍ପିଡକୁ ବଢାଇ ଦେଇଛନ୍ତି । ଏପରିସ୍ଥିତିରେ ଟେଲିକମ୍ କମ୍ପାନି ଗୁଡିକୁ ୫୧୨kbps ପରବର୍ତ୍ତେ ୨Mbpsର ସର୍ବନିମ୍ନ ସ୍ପିଡ୍ ଉପଲବ୍ଧ କରାଇବାକୁ ପଡିବ । ଯାହା ବର୍ତ୍ତମାନର ସର୍ବନିମ୍ନ ସ୍ପିଡଠାରୁ ଏହା ଚାରି ଗୁଣା ଅଧିକ । ନୂଆ ନିୟମ ଅନୁସାରେ ପ୍ରତିଟି ଟେଲିକମ୍ ଅପରେଟରଙ୍କୁ ନିଜ ଗ୍ରାହକଙ୍କୁ ସେମାନଙ୍କ ବ୍ରଡବ୍ୟାଣ୍ଡରେ ୨Mbpsର ସର୍ବନିମ୍ନ ସ୍ପିଡ ଦେବାକୁ ବାଧ୍ୟ ହେବେ । ଭାରତ ସରକାର ୨Mbpsର ସ୍ପିଡ୍ ନିୟମକୁ ତତ୍କାଳ ପ୍ରଭାବରୁ ଲାଗି କରିଛନ୍ତି ।

ଭାରତ ସରକାର ଦେଶରେ ଡିଜିଟାଲ ଅର୍ଥବ୍ୟବସ୍ଥାକୁ ଅଧିକ ଗତି ଦେବାକୁ ଚାହୁଁଛନ୍ତି । ଏପରିସ୍ଥିତିରେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ନିର୍ଦ୍ଧାରିତ ନିଣ୍ଟରନେଟ ସ୍ପିଡ୍ ରହିବା ଦରକାର । ଟ୍ରାଇ ମଧ୍ୟ ସର୍ବନିମ୍ନ ବ୍ରଡବ୍ୟାଣ୍ଡ ସ୍ପିଡକୁ ୫୧୨kbpsରୁ ବଢାଇ ୨Mbps କରିବା ପାଇଁ ପରାମର୍ଶ ଦେଇଥିଲା ।

ଟ୍ରାଇର ଡାଟା ଅନୁସାରେ ୨୦୨୨ ନଭେମ୍ୱର ଶେଷ ସୁଦ୍ଧା ମୋଟ ୮୨୫.୪ ମିଲିୟନ ବ୍ରଡବ୍ୟାଣ୍ଡ ଗ୍ରାହକ ଥିଲେ, ଏଥିରୁ ୭୯୩.୫ ମିଲିୟନ ୱାୟାରଲେସ ୟୁଜର୍ସ ଥିଲେ । ଅନ୍ୟ ଗ୍ରହାକ ୱାୟରଲାଇନ ଇଣ୍ଟରନେଟ ବ୍ୟବହାର କରୁଥିଲେ ।

   Related Posts