Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ, ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କଲେ ସତ୍ୟପାଠ  

12/03/2023 at 4:35 PM

ନୂଆଦିଲ୍ଳୀ, ୧୨/୦୩: ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେବାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ସମଲିଙ୍ଗୀ ବିବାହକୁ ବିବାହ ମାନ୍ୟତା ଦେବାକୁ ହୋଇଥିବା ଯାଚିକାର ବିରୋଧ କରିବା ସହ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଆଇପିସି ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ବିବାହକୁ ଅପରାଧ ଶ୍ରେଣୀରୁ ବାହାର କରିବାର ଅର୍ଥ ନୁହେଁ ଯେ ସମଲିଙ୍ଗୀ ବିବାହକୁ  ମାନ୍ୟତା ମିଳିଯିବ। ଅବଶ୍ୟ କେନ୍ଦ୍ର ସରକାର ଏହି ସତ୍ୟପାଠରେ ଏହା ମଧ୍ୟ କହିଛନ୍ତି ଯେ ମାନ୍ୟତା ନ ମିଳିଲେ ବି ଏହିଭଳି ସମ୍ବନ୍ଧ ଅବୈଧାନିକ ନୁହେଁ।

ଏହା ପ୍ରକୃତି ବିରୋଧୀ:

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ପ୍ରକୃତି ବିରୋଧୀ ବୋଲି କହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଇତିହାସରେ କେବଳ ପୁରୁଷ-ମହିଳାଙ୍କ ବିବାହକୁ ହିଁ ଆଦର୍ଶ ଭାବରେ ଦେଖାଯାଏ। ସାମାଜିକ ମହତ୍ବକୁ ଦୃଷ୍ଟିରେ ରଖି କେବଳ ମହିଳା ଏବଂ ପୁରୁଷଙ୍କ ବିବାହକୁ ହିଁ ମାନ୍ୟତା ଦିଆଯାଏ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାର ବିବାହକୁ ମାନ୍ୟତା ନଦେବା ଦରକାର।

ସତ୍ୟପାଠରେ କେଦ୍ର ସରକାର ବର୍ତ୍ତମାନର ସ୍ଥିତିର ମଧ୍ୟ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ବର୍ତ୍ତମାନ ସମୟରେ ସମାଜରେ ବିଭିନ୍ନ ପ୍ରକାରର ବିବାହ କିମ୍ବା ସମ୍ପର୍କରେ ଆପୋଷ ବୁଝାମଣା ରହିଛି। ଏହା ପରେ ବି ଆମେ କେବଳ ହେଟ୍ରୋସେକ୍ସୁଆଲ ଫର୍ମକୁ ହିଁ ମାନ୍ୟତା ଦେବାରେ ରୁଚି ରଖିଛୁ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ସୋମବାର ସମଲିଙ୍ଗୀ ବିବାହକୁ ଆଇନତଃ ମାନ୍ୟତା ଦେବାର ଦାବି କରୁଥିବା ଯାଚିକାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ପିଏସ ନରସିମ୍‌ହା ଏବଂ ଜେବୀ ପାରଦୀଓ୍ବାଲାଙ୍କ ବେଞ୍ଚ ଏହି ଶୁଣାଣି କରିବେ।   

   Related Posts