ଟେଷ୍ଟିଂ, ବୁଷ୍ଟର ଡୋଜ ଏବଂ ମାସ୍କ...କରୋନା ମୁକାବିଲା ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ରର ୬ ମନ୍ତ୍ର

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ ଭାରତରେ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ବୈଠକରେ ସତର୍କ ରହିବା, ହସ୍ପିଟାଲରେ ବେଡ୍, ପର୍ଯ୍ୟାପ୍ତ ଅକ୍ସିଜେନ ବ୍ୟବସ୍ଥା ଉପରେ ଫୋକସ କରିବା କଥା କୁହାଯାଇଛି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଚିଠି ଲେଖିଛନ୍ତି । ଏଥିରେ କରୋନା ମୁକାବିଲା ପାଇଁ କିଛି ଜରୁରୀ ଉପାୟ ବିଷୟରେ କୁହାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ କୌଣସି ପ୍ରକାର କଟକଣା ବିଷୟରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ସକର୍ତ ରହିବା ପାଇଁ କୁହାଯାଇଛି।

wp:list {"ordered":true,"type":"1"}
  1. ଜିଲ୍ଲା ସ୍ତରରେ କରୋନା ଟେଷ୍ଟିଂ ସେଣ୍ଟର ବୃଦ୍ଧି କରିବାକୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏହାସହ ଆରଟି-ପିସିଆର ଏବଂ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବଢାଇବାକୁ କୁହାଯାଇଛି ।
  2. ଇନଫ୍ୟୁଏଞ୍ଜା ପରି ରୋଗ ମାମଲାରେ ସତର୍କତା ଅବଲମ୍ୱନ ପାଇଁ ପରାମର୍ଶ ଦିଆଯାଇଛି । ଏହିପରି ରୋଗୀଙ୍କ ଡାଟା କେନ୍ଦ୍ର ସହ ସେୟାର କରିବାକୁ କୁହାଯାଉଛି ।
  3. ପଜିଟିଭ କରୋନା ମାମଲାର ଜିନୋମ ସିକ୍ୱେସିଂ ପାଇଁ ପଠାଇବାକୁ ସରକାର ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଭାରତରେ କୌଣସି ନୂଆ ଭାରିଆଣ୍ଟ ଆସିଛି କି ନାହିଁ ତା ସ୍ପଷ୍ଟ ହୋଇପାରିବ ।
  4. ହସ୍ପିଟାଲରେ ବେଡ୍, ଅକ୍ସିଜେନ ସିଲିଣ୍ଡର, ଔଷଧ ଆଦିର ଉପଲବ୍ଧତା ସମୀକ୍ଷା ପାଇଁ କୁହାଯାଇଛି । ସରକାର କହିଛନ୍ତି ଯେ ଏହାର ସଠିକ୍ ଏବଂ ତତ୍କାଳ ସୂଚନା ପାଇଁ ସବୁ ହସ୍ପିଟାଲରେ ମକ ଡ୍ରିଲ କରିପାରିବେ ।
  5. କରୋନା ବୁଷ୍ଟର ଡୋଜ୍ ନେବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାର କହିଛନ୍ତି ।
  6. ବଜାର କମିଟି, ରେସିଡେନସିଆଲ ସୋସାଇଟି, ନାଗରିକ ସଂଗଠନ ସହ ମିଶି ଲୋକଙ୍କୁ ସଚେତନ କରାଇବା ପାଇଁ ରାଜ୍ୟ ଗୁଡିକୁ ପରାମର୍ଶ ଦେଇଛନ୍ତି । ଏହାସହ ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ପରାମର୍ଶ ଦିଆଯାଇଛି ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.