ଏହି କର୍ମଚାରୀଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର, ୨୫ ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା

Published By : Prameya-News7 Bureau | August 20, 2021 IST

ନୂଆଦିଲ୍ଲୀ, ୨୦/୦୮: କେନ୍ଦ୍ର ସରକାର ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ରୀୟ ସ୍ୱାୟତ ସଂସ୍ଥାର କର୍ମଚାରୀଙ୍କୁ ପଞ୍ଚମ ବେତନ ଏବଂ ଷଷ୍ଠ ବେତନ କମିଶନଙ୍କ ସୁପାରିଶ କ୍ରମେ ଦରମା ପ୍ରଦାନ କରାଯାଉଛି ।

ଖର୍ଚ୍ଚ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବିକ, କର୍ମଚାରୀଙ୍କୁ ପୂର୍ବରୁ ମହଙ୍ଗା ଭତ୍ତା ଦରମାର ୧୬୪ ପ୍ରତିଶତ ଦିଆଯାଉଥିଲା । ଏହାକୁ ଏବେ ବଢ଼ାଇ ୧୮୯ ପ୍ରତିଶତ କରାଯାଇଛି । ବିଭାଗ ଏ ନେଇ ସ୍ପଷ୍ଟ କରିଛି ଯେ ବର୍ଦ୍ଧିତ ଡିଏ ଦରରେ, ୦୧.୦୧.୨୦୨୦, ୧.୭.୨୦୨୦ ଏବଂ ୧.୧.୨୦୨୧କୁ ଦିଆଯିବାକୁ ଥିବା କିସ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଭାଗ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ୫ମ ବେତନ ଆୟୋଗ ଏବଂ ଷଷ୍ଠ ବେତନ ଆୟୋଗ ଅଧିନରେ ଆସୁଥିବା କର୍ମଚାରୀଙ୍କ ପାଇଁ ୧ ଜାନୁଆରୀ ୨୦୨୦ ଠାରୁ ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ଡିଏ ୩୧୨ ପ୍ରତିଶତ ଏବଂ ୧୬୪ ପ୍ରତିଶତ ହିଁ ରହିବ । ୧ ଜାନୁଆରୀ ୨୦୨୦ରୁ ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ବାକି ଥିବା ଡିଏ ମିଳିବ ନାହିଁ ।

କେବେଠାରୁ ହେବ ଲାଗୁ…

ଏହି କର୍ମଚାରୀଙ୍କ ପାଇଁ ସଂଶୋଧିତ ଡିଏ ଜୁଲାଇ ୧, ୨୦୨୧ରୁ ଲାଗୁ କରାଯିବ । ଏନେଇ ଅର୍ଥମନ୍ତ୍ରଣାଳୟର ବ୍ୟୟ ବିଭାଗ ବିଜ୍ଞପ୍ତି ଜାରି କରିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.