suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଚାଉଳ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି, ରପ୍ତାନୀ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ

8/09/2022 at 9:12 PM

ନୂଆଦିଲ୍ଲୀ: ଭାରତରେ ଚାଉଳ ମୂଲ୍ୟରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଚାଉଳର ବିଭିନ୍ନ ଗ୍ରେଡର ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶ ପରି ପ୍ରମୁଖ ଚାଉଳ ଉତ୍ପାଦାନକାରୀ ରାଜ୍ୟରେ ହାରାହାରି ଠାରୁ କାମ ବର୍ଷ ହୋଇଛି । ଫଳରେ ଧାନ ଉତ୍ପାଦନ କମିବାର ଆଶଂକା ରହିଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଦେଶରୁ ବିଦେଶକୁ ଚାଉଳ ରପ୍ତାନୀ ମହଙ୍ଗା ହେବ।

ତେବେ ଏହା ପୂର୍ବରୁ ଚାଉଳର ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରିବା ନେଇ କୌଣସି ଯୋଜନା ନଥିବା କେନ୍ଦ୍ର ସରକାର କହିଥିଲେ । ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ବଫର ଷ୍ଟକ ଥିବା କେନ୍ଦ୍ର ସରକାର କହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଭାରତ ଦୁନିଆର ଦ୍ୱିତୀୟ ସବୁଠୁ ବଡ଼ ଚାଉଳ ଉତ୍ପାଦକ ଦେଶ । ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତ ୨୧.୨ ମିଲିୟନ ଟନର ଚାଉଳ ରପ୍ତାନୀ କରିଥିଲା।

ଏହା ପୂର୍ବରୁ କେନ୍ଦ୍ର ସରକାର ଗହମର ରପ୍ତାନୀ ଉପରେ କଟକଣା ଲାଗୁ କରିଥିଲେ। ଅନ୍ୟପଟେ, ଚିନି ରପ୍ତାନୀ ଉପରେ ମଧ୍ୟ କିଛି କଟକଣା ଲାଗୁ କରାଯାଇଛି।  

   Related Posts