Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଣିପୁର ହିଂସାକୁ ନେଇ ଆକ୍ସନରେ ଅମିତ୍ ଶାହ, ଶାନ୍ତି କମିଟି କଲେ ଗଠନ; ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତା ସାମିଲ

10/06/2023 at 5:42 PM

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଅଧିକ ତତ୍ପର ହୋଇଛନ୍ତି । ମଣିପୁର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟିର ଗଠନ କରିଛନ୍ତି । ଏହି କମିଟିରେ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଗୃହ ମନ୍ତ୍ରାଳୟ ଅନୁସାରେ ଶାନ୍ତି କମିଟିର ସଦସ୍ୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ପାର୍ଟିର ନେତା ସାମିଲ ଅଛନ୍ତି । ମନ୍ତ୍ରାଳୟ ଅନୁସାରେ କମିଟିରେ ପୂର୍ବତନ ଲୋକ ସେବା ଅଧିକାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଜାତିର ପ୍ରତିନିଧି ସାମିଲ ଅଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମଣିପୁର ହିଂସା ଥମିବାର ନାଁ ଧରୁ ନାହିଁ । ସଦ୍ୟତମ ମାମଲା ଖୋଖେନ ଗାଁକୁ ଆସିଛି । ଶୁକ୍ରବାର ଏଠାରେ ଯବାନଙ୍କ ପୋଷାକରେ ଆସିଥିବା ମଇତୀ ସମୁଦାୟର ଉଦ୍ରବାଦୀ କମ୍ୱିଂ ବାହାନାରେ ଗ୍ରମବାସୀଙ୍କୁ ଘରୁ ବାହାରକୁ ଡାକିଥିଲେ ଏବଂ ପରେ ଗୁଳି ମାଡ଼ କରିଥିଲେ । ଏଥିରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସେନା, ପୋଲିସ ଏବଂ ଆସାମ ରାଇଫଲ୍ସର ଯବାନ ଦଙ୍ଗାକାରୀଙ୍କୁ ଖୋଜୁଛନ୍ତି ।

ମଣିପୁର ହିଂସାର ତଦନ୍ତ ସିବିଆଇ କରୁଛି । ସିବିଆଇ ବର୍ତ୍ତମାନ ସୁଦ୍ଧା ଛଅ ଏଫଆଇଆର ରୁଜୁ କରିଛି । ଏଥିରୁ ପାଞ୍ଚଟି ଅପରାଧିକ ଷଡଯନ୍ତ୍ରର ରହିଛି । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ମଣିପୁର ଗସ୍ତ କରିବେ । ସେଠାରେ ସେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ ଅନ୍ୟ କିଛି ଜଣଙ୍କୁ ଭେଟିବେ ।

   Related Posts