scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅବଧି, ଆହୁରି ୫ ବର୍ଷ ମିଳିବ ମାଗଣା ରାସନ

29/11/2023 at 4:01 PM

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବଡ଼ ଘୋଷଣା। ବଢ଼ିଲା ପଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି। ଆହୁରି ପାଞ୍ଚ ବର୍ଷ ମିଳିବ ମାଗଣା ରାସନ। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ PMGKAYକୁ ଆଗାମୀ ପାଞ୍ଚ ବର୍ଷ ଯାଏଁ ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଏହି ଯୋଜନାର ଅବଧି ଡିସେମ୍ବର ୩୧ରେ ଶେଷ ହେବାକୁ ଯାଉଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏନେଇ ସୂଚନା ଦେବା ସହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ୨୦୨୪ ଜାନୁଆରୀ ୧ ଠାରୁ ଆଗାମୀ ପାଞ୍ଚ ବର୍ଷ ପାଇଁ ବଢ଼ାଯାଇଛି। ପୂର୍ବରୁ ମଧ୍ୟ ଏହି ଯୋଜନାର ଅବଧି ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ସେ ଆହୁରି କହିଛନ୍ତି ଆଗାମୀ ପାଞ୍ଚ ବର୍ଷରେ ଏହି ଯୋଜନାରେ ପ୍ରାୟ ୧୧.୮ କୋଟି ଟଙ୍କା ଖର୍ଚ୍ଚ ହେବ।

ଆହୁରି ପଢ଼ନ୍ତୁ: ବିଭାନସଭା ନିର୍ବାଚନ: ଚାରି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪୦ ଜନସଭା, ମଧ୍ୟ ପ୍ରଦେଶରେ ସବୁଠୁ ଅଧିକ

ଉଲ୍ଲେଖଯୋଗ୍ୟ, ୨୦୨୦ରେ କେନ୍ଦ୍ର ସରକାର କରୋନା ମହାମାରୀ ପରଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଆରମ୍ଭ କରିଥିଲେ। କରୋନା ମହାମାରୀ କଟକଣା ଫଳରେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ଗରିବଙ୍କୁ ଖାଦ୍ୟ ସମସ୍ୟା ଦେଖାଦେଇଥିଲା। ଏମିତିରେ ପିଏମ ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ସାହାଯ୍ୟ ପାଇଁ ମାଗଣା ରାସନ ସ୍କିମ୍‌ର ଆରମ୍ଭ କରିଥିଲେ। କୁହାଯାଉଛି, ଯେ, ଏହି ଯୋଜନାର ଲାଭ ୮୦ କୋଟି ଦେଶବାସୀ ଉଠାଉଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁଯାୟୀ ଲାଭାର୍ଥୀଙ୍କୁ ପାଞ୍ଚ କେଜି ଗହମ କିମ୍ବା ଚାଉଳ ମିଳିଥାଏ। ଏହା ପରଠାର ବିଭିନ୍ନ ପର୍ଯ୍ୟାୟରେ ଏହାର ଏହି ସ୍କିମକୁ ବଢ଼ାଯାଇଛି ମଧ୍ୟ । ଅନେକ ଥର ଏହାର ଅବଧି ବୃଦ୍ଧି ମଧ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାତ୍ମା ଗାନ୍ଧୀ ଗତ ଶତାବ୍ଦୀର ମହାପୁରୁଷ, ପ୍ରଧାନମନ୍ତ୍ରୀ ମୋଦୀ ଏଇ ଶତାବ୍ଦୀର ଯୁଗପୁରୁଷ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

   Related Posts