ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍‌ ଆଉ ୫ ବର୍ଷ ପାଇଁ ବ୍ୟାନ୍

Published By : Prameya-News7 Bureau | July 09, 2024 IST

indiatoday

ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକ ସଂଗଠନ ଶିଖ୍ ଫର ଜଷ୍ଟିସ୍‌କୁ ଆଉ ୫ ବର୍ଷ ପାଇଁ ବ୍ୟାନ୍ କଲେ କେନ୍ଦ୍ର ସରକାର। ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ ବଳରେ ସଂଗଠନକୁ ବ୍ୟାନ୍ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ମିଳିଥିବା ପ୍ରମାଣ ପରେ ସଂଗଠନ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ଶିଖ ଫର ଜଷ୍ଟିସ୍‌ ହେଉଛି ଆମେରିକାର ଏକ ଗ୍ରୁପ, ଯାହାକୁ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ପରିଚାଳନା କରୁଛି। ୨୦୨୦ ମସିହାର ଜୁଲାଇ ୧ ତାରିଖରେ ପନ୍ନୁକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଥିଲେ। ପନ୍ନୁ ଓ ତା ସଂସ୍ଥା ବିରୋଧରେ ଏନ୍‌ଆଇଏ ଏକାଧିକ ମାମଲା ରୁଜୁ କରିଛି।  

ଗତବର୍ଷ ଏନ୍‌ଆଇଏ ପଞ୍ଜାବ ଓ ଚଣ୍ଡିଗଡ଼ରେ ଥିବା ପନ୍ନୁର ସମ୍ପତି ସିଜ୍ କରିଥିଲା।୨୦୧୯ରେ କେନ୍ଦ୍ର ସରକାର ସିଖ୍ ଫର ଜଷ୍ଟିସ୍‌କୁ ବ୍ୟାନ୍ କରିଥିଲେ। ଖଲିସ୍ତାନକୁ ସମର୍ଥନ କରି ଏହି ସଂଗଠନ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିଥିବାରୁ ଏହାକୁ ବ୍ୟାନ୍ କରାଯାଇଥିଲା 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.