ଭିଆଇପି ହଜ୍ କୋଟା ଶେଷ ନିଷ୍ପତ୍ତି; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଲେ- ଦେଶରେ ଶେଷ ହେଉଛି ଭିଆଇପି ସଂସ୍କୃତି

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ: ଭିଆଇପି ହଜ୍ କୋଟା ଶେଷ କରିବା ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଦେଶରେ ଭିଆଇପି ସଂସ୍କୃତି ଶେଷ ହେବାକୁ ଯାଉଛି ବୋଲି ଇରାନୀ କହିଛନ୍ତି।

ସଂଖ୍ୟା ଲଘୁ ମନ୍ତ୍ରାଳୟ ଓ ଦେଶର ବଡ଼ ବଡ଼ ସାମ୍ବିଧାନିକ ପଦରେ ଥିବା ଲୋକମାନଙ୍କୁ ଏହି ହଜ୍‌ କୋଟାର ସୁବିଧା ମିଳୁଥିଲା। ଫଳରେ ଏଥିରୁ ସାଧାରଣ ଲୋକଙ୍କ ପାଇଁ ଅନ୍ୟାୟ ହେଉଥିଲା। ଏବେ ଏହି ପ୍ରଥାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

ଏହି ଯୋଜନାରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂଖ୍ୟା ଲଘୁ ମନ୍ତ୍ରାଳୟ ଏବଂ ହଜ୍‌ କମିଟିର ବଡ଼ ବଡ଼ ପଦବୀ ଅଧିଷ୍ଟ ଲୋକଙ୍କୁ ଏହି କୋଟାରେ ହଜ୍ ଯିବାକୁ ସୁବିଧା ମିଳୁଥିଲା। ଏଥିରେ ପାଖାପାଖି ୫୦୦ ଲୋକ ସାମିଲ୍ ଥିଲେ। ଏପରି ହେବା ଫଳରେ ସାଧାରଣ ଲୋକଙ୍କ ପାଇଁ ଏହା ଅନ୍ୟାୟ ହେଉଥିଲା।

ଏନେଇ ପ୍ରତିକ୍ରିୟା ଦେଇ ସ୍ମୃତି ଇରାନୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଜର ହଜ୍‌ କୋଟାକୁ ପରିତ୍ୟାଗ କରିବା ଦେଶରେ ଭିଆଇପି ସଂସ୍କୃତିର ଶେଷ ହୋଇଛି ବୋଲି ସଂକେତ। ଅତୀତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏମିତି କିଛି ଭିଆଇ ସଂସ୍କୃତିକୁ ଉଚ୍ଛେଦ କରିବା ଦିଗରେ ପଦକ୍ଷେପ ନେଇଛନ୍ତି। ଏଥିରେ ନେତା ଓ ବିଶେଷ ସରକାରୀ କର୍ମଚାରୀଙ୍କ ଗାଡ଼ିରେ ନାଲି ବତୀ ହଟାଇବା ମଧ୍ୟ ସାମିଲ ରହିଛି।  

ସୂଚନା ଥାଉକି ଭିଆଇପି ହଜ୍ କୋଟା ୫୦୦ ଭିଆଇପିଙ୍କୁ ସୁବିଧା ମିଳୁଥିଲା। ଏଥିରେ ରାଷ୍ଟ୍ରପତିଙ୍କ କୋଟାରେ ୧୦୦ଟି ଆସନ ଥିବା ବେଳେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ୭୫ ଓ ସଂଖ୍ୟା ଲଘୁ ମନ୍ତ୍ରୀଙ୍କର ୫୦ ଆସନ ରହିଥିଲା। ତା ସହିତ ୨୦୦ ଆସନ ହଜ କମିଟି ଅଫ୍ ଇଣ୍ଡିଆ ପାଇଁ ରହିଥିଲା। ଖୁବ୍‌ଶୀଗ୍ର ନୂଆ ହଜ୍ ନୀତି ଘୋଷଣା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.