ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଭୋଡା-ଆଇଡିଆରେ କେନ୍ଦ୍ର ସରକାର ଏବେ ବଡ଼ ଅଂଶ ଧାରକ, ୧୦ ଟଙ୍କା ମୂଲ୍ୟରେ ବିକ୍ରି ହେଲା କମ୍ପାନିର ସେୟାର

3/02/2023 at 10:34 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଋଣରେ ବୁଡିଥିବା ଭୋଡାଫୋନ ଆଇଡିଆର ୧୬,୧୩୩ କୋଟି ଟଙ୍କାର ଅଧିକ ବକେୟକୁ ଇକ୍ୱିଟିରେ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛନ୍ତି । ସରକାରଙ୍କୁ ୧୦ ଟଙ୍କା ଫେସ ଭେଲ୍ୟୁ ଥିବା ଇକ୍ୱିଟି ସେୟାର ଏହି ମୂଲ୍ୟର ଜାରି କରାଯିବ ।

ଭୋଡାଫୋନ ଆଇଡିଆ ଶୁକ୍ରବାର ସେୟାର ବଜାରକୁ କହିଛି, ଦୂରସଂଚାର ମନ୍ତ୍ରାଳୟ ଆଜି ଫେବ୍ରୁଆରୀ ୩, ୨୦୨୩ରେ ଏକ ଆଦେଶ ପାରିତ କରିଛି । କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ସ୍ପେକ୍ଟ୍ରମ ନିଲାମୀର କିସ୍ତି ଦେବାରେ ବିଫଳ ହେବାରୁ ଏହାସହ ଜଡିତ ସୁଧ ଏବଂ ଏଜିଆର ବକେୟାକୁ ଇକ୍ୱିଟିରେ ପରବର୍ତ୍ତନ କରି ଭାରତ ସରକାରଙ୍କୁ ଜାରି କରାଯାଉ । ୨୦୨୧ରେ ସରକାରଙ୍କ ଦ୍ୱାରା ଘୋଷିତ ସୁଧାର ପ୍ୟାକେଜ ଅଧିନରେ କମ୍ପାନିକୁ ଏହି ଆଶ୍ୱସ୍ତି ମିଳିଛି ।

ଭୋଡାଫୋନ ଆଇଡିଆର ସୂଚନା ଅନୁସାରେ, ଇକ୍ୱିଟି ସେୟାରରେ ପରିବର୍ତ୍ତିତ ହେବାକୁ ଥିବା ମୋଟ ରାଶି ୧୬୧୩୩,୧୮,୪୮,୯୯୦ ଟଙ୍କା । କମ୍ପାନିକୁ ୧୦ ଟଙ୍କା ଫେସ ଭେଲ୍ୟୁର ୧୬୧୩,୩୧,୮୪,୮୯୯ ଇକ୍ୱିଟି ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଇଶ୍ୟୁ ପ୍ରାଇସ୍ ମଧ୍ୟ ୧୦ ଟଙ୍କା ରହିବ । ଭୋଡାଫୋନ ଆଇଡିଆ ଏହା ପୂର୍ବରୁ କହିଥିଲା ଯେ ବକେୟା ରାଶିକୁ ଇକ୍ୱିଟିରେ ପରିବର୍ତ୍ତନ ପରେ ସରକାରଙ୍କ ନିକଟରେ କମ୍ପାନିର ପ୍ରାୟ ୩୫ ପ୍ରତିଶତ ମାଲିକାନ ରହିବ ।  

   Related Posts