Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସୁପ୍ରିମକୋର୍ଟରେ ୫ ନୂଆ ଜଜ୍‌ଙ୍କ ନିଯୁକ୍ତିକୁ ମଞ୍ଜୁର କଲେ କେନ୍ଦ୍ର ସରକାର

4/02/2023 at 7:27 PM

ନୂଆଦିଲ୍ଲୀ ୪।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ସୁପ୍ରିମକୋର୍ଟଙ୍କ ଲାଗି ୫ ବିଚାରପତିଙ୍କ ନାମ ମଞ୍ଜୁର କରାଯାଇଛି। ନିଯୁକ୍ତି ପ୍ରକ୍ରିୟାକୁ ନେଇ କାର୍ଯ୍ୟପାଳିକା ଓ ନ୍ୟାୟ ପାଳିବା ମଧ୍ୟରେ ଦୀର୍ଘ ଟଣା ଓଟରା ପରେ ଏହି ମଞ୍ଜୁରୀ ମିଳିଛି। ଶୀର୍ଷ ନ୍ୟାୟାଳୟଙ୍କ କଠିନ ପ୍ରଶ୍ନର ସାମ୍ନା କରି କେନ୍ଦ୍ର ସରକାର ଦିନକ ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ୫ ନ୍ୟାୟାଧୀଶଙ୍କ ପଦୋନ୍ନତି ଲାଗି କଲେଜିୟମ ଭାବେ ଜଣାଶୁଣା ବିଚାରପତିଙ୍କ ପ୍ୟାନେଲର ଲମ୍ବିତ ସୁପାରିଶର ଘୋଷଣା ରବିବାର ସୁଦ୍ଧା କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

ଜଷ୍ଟିସ୍ ଏସ.କେ.କୌଲ ଓ ଜଷ୍ଟିସ୍ ଏ.ଏସ୍. ଓକାଙ୍କ ପୀଠ ଉଚ୍ଚ ନ୍ୟାୟାଳୟଙ୍କ ବିଚାରପତିଙ୍କ ବଦଳି ସୁପାରିଶକୁ ମଞ୍ଜୁରୀ ଦେବାରେ ବିଳମ୍ବ ଲାଗି ଅସନ୍ତୋଷ ପ୍ରକାଶ କରିଥିଲେ। ପୀଠ ଏହାକୁ ଏକ ଗୁରୁତର ପ୍ରସଙ୍ଗବୋଲି କହିଥିବା ବେଳେ ଏହି ମାମଲାରେ କୌଣସି ପ୍ରକାରର ବିଳମ୍ବର ପରିଣାମ ଉଭୟ ପ୍ରଶାସନିକ ଓ ନ୍ୟାୟିକ ସମସ୍ୟାର ଗୁରୁତର କାରଣ ହୋଇପାରେ ବୋଲି ଚେତାବନୀ ଦେଇଥିଲେ।

ଏ ନେଇ ଦୁଇଟି ପିଟିସନର ଶୁଣାଣିରେ ଶୀର୍ଷ ନ୍ୟାୟାଳୟ ଲାଗି ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶର ସ୍ଥିତି ସମ୍ପର୍କରେ ପଚରା ଯିବାରେ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟ ରମଣୀ ୫ ଜଜ୍‌ଙ୍କ ନିଯୁକ୍ତି ୱାରେଣ୍ଟକୁ ଖୁବ୍ ଶୀଘ୍ର ମୁଞ୍ଜୁରୀ ମିଳିପାରେ ବୋଲି କହିଥିଲେ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଯୁକ୍ତି ନିମନ୍ତେ ଯେଉଁ ୫ ଜଣ ଜଜ୍‌ଙ୍କୁ ମଞ୍ଜୁର କରିଛନ୍ତି ସେମାନଙ୍କ ମଧ୍ୟରେ ପଙ୍କଜ ମିଥଲ (ରାଜସ୍ଥାନ ହାଇକୋର୍ଟଙ୍କ ମୁଖ୍ୟ ନ୍ୟାୟଧୀଶ), ସଞ୍ଜୟ କରୋଲ (ପାଟନା ମୁଖ୍ୟ ନ୍ୟାୟାଳୟଙ୍କ ମୁଖ୍ୟ ନ୍ୟାୟାଧୀଶ), ପି.ଭି. ସଞ୍ଜିବ କୁମାର (ମଣିପୁର ହାଇକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ), ଅହସାନୁଦ୍ଦିନ ଅମାନୁଲ୍ଲାହ (ପାଟନା ହାଇକୋର୍ଟଙ୍କ ନ୍ୟାୟାଧୀଶ) ଓ ମନୋଜ ମିଶ୍ର (ଏଲହାବାଦ ହାଇକୋର୍ଟଙ୍କ ଜଜ୍) ଅଛନ୍ତି।          

   Related Posts