ବ୍ଲକ୍ ହେବ ପିଏମ ମୋଦୀଙ୍କ ଉପରେ BBCର ଡକ୍ୟୁମେଣ୍ଟ୍ରି ସେୟାର କରୁଥିବା ଟ୍ୱିଟ୍, କେନ୍ଦ୍ରର ନିର୍ଦ୍ଦେଶ

Published By : Prameya-News7 Bureau | January 21, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିସିର ବୃତ୍ତଚିତ୍ରକୁ ସେୟାର କରୁଥିବା ଟ୍ୱିଟକୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ର ଅନୁସାରେ, ସରକାର ଏହି ୟୁଟ୍ୟୁବ ଭିଡିଓକୁ ମଧ୍ୟ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ବିବିସିର ଡକ୍ୟୁମେଣ୍ଟ୍ରିର ପ୍ରଥମ ଏପିସୋଡ ସେୟାର କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏହା ନିର୍ଦ୍ଦେଶ ଜାରି କରିଛି ।

ସୂତ୍ର ଅନୁସାରେ ଏହିପରି ଏହିପରି ୫୦ ଟ୍ୱିଟ୍ସକୁ ବ୍ଲକ୍ କରିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ୟୁଜର୍ସ ବିବିସିର ଡକ୍ୟୁମେଣ୍ଟ୍ରିକୁ ସେୟାର କରିଛନ୍ତି । ଶୁକ୍ରବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଆଇଟି ନିୟମ, ୨୦୨୧ ଅଧିନରେ ଥିବା ଜରୁରୀ କ୍ଷମତାରେ ଉପଯୋଗ କରି ଏହି ଆଦେଶ ଜାରି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏହି ବୃତ୍ତଚିତ୍ରକୁ ବିଦେଶ ମନ୍ତ୍ରାଳୟ ପ୍ରୋପାଗଣ୍ଡା ବୋଲି କହିଥିଲା । ବିବାଦ ମଧ୍ୟରେ ଗୃହ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହାର ତଦନ୍ତ କରିଥିଲେ ଏବଂ ଏହାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆକ୍ଷେପ ପ୍ରୟାସ ବୋଲି ଜାଣିବାକୁ ପାଇଥିଲେ । ଇଣ୍ଡିଆ: ଦ ମୋଦୀ କ୍ୱେଶଚିନ ନାମକ ଡକ୍ୟୁମେଣ୍ଟ୍ରିର କୌଣସି ଟ୍ୱିଟ୍ ଏବଂ ୟୁଟ୍ୟୁବ ଭିଡିଓ ଭାରତରେ ଦେଖିବାକୁ ମିଳିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.