Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର, ପଞ୍ଜାବରେ ଅଶାନ୍ତି ସୃଷ୍ଟି ପାଇଁ କରୁଥିଲେ ପ୍ରୟାସ

10/03/2023 at 8:57 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚ୍ୟାନେଲ ଗୁଡିକ ଖାଲିସ୍ତାନୀ ସମର୍ଥିତ ଥିଲା । ସେ କହିଛନ୍ତି ଯେ କଥିତ ରୂପେ ଖାଲିସ୍ତାନ ସମର୍ଥନ ଭାବନାକୁ ବଢାଉଥିବା ୟୁଟ୍ୟୁବ ଚ୍ୟାନେଲ ଗୁଡିକୁ ସରକାରଙ୍କ ନିର୍ଦ୍ଦେଶ ପରେ ବ୍ଲକ୍ କରି ଦିଆଯାଇଛି ।

ସୂଚନା ଏବଂ ପ୍ରସାରଣ ସଚିବ ଅପୂର୍ବା ଚନ୍ଦ୍ରା କହିଛନ୍ତି ଯେ ଗତ ୧୦ ଦିନରେ ବିଦେଶରୁ ପରିଚାଳିତ ଛଅରୁ ଆଠ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରି ଦିଆଯାଇଛି । ସେ କହିଛନ୍ତି ଯେ ପଞ୍ଜାବୀ ଭାଷାରେ ଭିଡିଓ କଣ୍ଟେଣ୍ଟ କରୁଥିବା ଚ୍ୟାନେଲ ସୀମାବର୍ତ୍ତୀ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି ।

ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁଟ୍ୟୁବ ୪୮ ଘଣ୍ଟା ଭିତରେ ଚ୍ୟାନେଲ ଗୁଡିକୁ ବ୍ଲକ୍ କରିବା ନେଇ ସରକାରଙ୍କ ଅନୁରୋଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅଧିକାରୀ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ୟୁଟ୍ୟୁବକୁ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏବଂ ଆଲଗୋରିଦ୍ଦମର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସାହାଯ୍ୟରେ ଆପତ୍ତିଜନକ କଣ୍ଟେଣ୍ଟକୁ ଚିହ୍ନଟ କରି ସେଗୁଡିକୁ ବ୍ଲକ କରାଯାଇ ପାରିବ ।   

   Related Posts