scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ରର ଅନୁମୋଦନ, କୌଳିକ ବୃତ୍ତିକୁ ମିଳିବ ପ୍ରୋତ୍ସାହନ, କମ ସୁଧରେ ମିଳିବ ଋଣ

16/08/2023 at 4:53 PM

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକେ ତାଙ୍କ କୌଳିକ ବୃତ୍ତିକୁ ଛାଡ଼ି ଅଧିକ ଅର୍ଥ ରୋଜଗାର ଆଶାରେ ଅନ୍ୟ କାର୍ଯ୍ୟ କରୁଛନ୍ତି। ଏଥିରେ ଦେଶର ଦକ୍ଷ ଶ୍ରମିକଙ୍କର ସଂଖ୍ୟା ହ୍ରାସ ପାଉଛି। ତେଣୁ ଦେଶରେ ପୁଣିଥରେ ସେହି କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ। ଆଉ ଆଜି ଏହାକୁ ଅନୁମୋଦନ ମିଳିଛି। କେନ୍ଦ୍ର କ୍ୟାବିନେଟ କମିଟି ଏହି ଯୋଜନାକୁ ଅନୁମୋଦନ କରିଛି।

ବୁଧବାର(ଅଗଷ୍ଟ ୧୬) ଏହି ଯୋଜନା ସମ୍ପର୍କରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନାକୁ ଅନୁମୋଦନ ଦେଇଛି। କୌଳିକ ବୃତ୍ତି କରି ଜୀବୀକା ନିର୍ବାହ କରୁଥିବା ଲୋକଙ୍କୁ ପିଏମ୍‌ ବିଶ୍ୱ କର୍ମା ଯୋଜନା ସହଯୋଗ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି।   

୧୩ ହଜାର କୋଟିର ବିଶ୍ୱ କର୍ମା ଯୋଜନା ମଧ୍ୟମରେ ଶିଳ୍ପୀମାନେ ସବ୍‌ସିଡ୍‌ରେ ୨ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ। ସେ କହିଛନ୍ତି “ପିଏମ୍‌ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କାରିଗର ଓ ଶିଳ୍ପକାରମାନଙ୍କୁ ମାତ୍ର ୫ ପ୍ରତିଶତ ଶୁଦ୍ଧରେ ୧ ଲକ୍ଷ ଟଙ୍କା ଋଣ(ପ୍ରଥମ ପର୍ଯ୍ୟାୟରେ) ଦିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାରିଗରଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ।” ଏହି ଯୋଜନାରେ ଆଡଭାନ୍ସ ସ୍କିଲ୍‌ ଟ୍ରେନିଂ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସ୍କିଲ ଟ୍ରେନିଂ ପାଇଁ ୫୦୦ ଟଙ୍କାର ଷ୍ଟାଇପେଣ୍ଡ ଦିଆଯାଉଥିବା ବେଳେ ଆଧୁନିକ ଯନ୍ତ୍ରପାତି କିଣିବାକୁ ୧୫୦୦ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଯୋଜନାରେ ୩୦ ଲକ୍ଷ ପରିବାର ଲାଭବାନ ହେବେ ବୋଲି ଅଶ୍ୱିନୀ କହିଛନ୍ତି। ଏହି ଯୋଜନା ପାଇଁ ଗାଁରେ ଥିବା କମନ ସର୍ଭିସ ସେଣ୍ଟରେ ଲାଭାର୍ଥୀ ପଞ୍ଜୀକରଣ କରିପାରିବେ। ଏହି ଯୋଜନାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ତେବେ ଏଥିରେ ରାଜ୍ୟ ସରକାରଙ୍କର ସହଯୋଗ ଆବଶ୍ୟକ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ପିଏମ ବିଶ୍ୱକର୍ମା ଯୋଜନା ବିଶେଷ କରି ଓବିସି ବର୍ଗର ଲୋକଙ୍କୁ ସୁହାଇବ। ଏହି ବର୍ଗର ଲୋକେ ଅଧିକ ଶିଳ୍ପକାର୍ଯ୍ୟରେ ଲିପ୍ତ ରହୁଥବାରୁ ତାଙ୍କ ପାଇଁ ଏହି ଯୋଜନା ଲାଭକାରୀ ହେବ। ତେବେ ସେପ୍ଟେବମ୍ବର ୧୭ ତାରିଖରେ ବିଶ୍ୱକର୍ମା ଯୋଜନା ପଡ଼ୁଥିବାରୁ ଏହି ଦିନ ହିଁ ପଏମ୍‌ ବିଶ୍ୱକର୍ମା ଯୋଜନା ଲଞ୍ଚ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସେହିପରି ଆଜିର କ୍ୟାବିନେଟ୍ ବୈଠକରେ ପିଏମ୍ ଇ-ବସ୍ ସେବାକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ଯୋଜନାରେ ୧୦୦ ସହରକୁ ୧୦ ହଜାର ଇ-ବସ ଗଡିବ। ଏଥି ପାଇଁ ଟେଣ୍ଡର ଡକା ହେବା ସହିତ ଏକାଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି।

   Related Posts