ସୀମା ପରିଚାଳନା ପାଇଁ ୧୩,୦୨୦ କୋଟି ମଞ୍ଜୁର, ଅଧିକ ମଜବୁତ ହେବ ସୁରକ୍ଷା

Published By : Prameya-News7 Bureau | February 21, 2022 IST

ନୂଆଦିଲ୍ଲୀ ୨୧୦୨ କେନ୍ଦ୍ର ସରକାର ସୀମାରେ ସୁରକ୍ଷା ପାଇଁ ବର୍ଡର ଇନଫ୍ରାଷ୍ଟ୍ରକଚର ଆଣ୍ଡ ମ୍ୟାନେଜମେଣ୍ଟ ଯୋଜନାରେ ୨୦୨୫-୨୬ ଯାଏଁ ୧୩,୦୨୦ କୋଟି ଟଙ୍କାର ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ସୀମା ପରିଚାଳନା ପାଇଁ ମୂଳଦୁଆ ମଜବୁତ କରିବା ସହ ନିରୀକ୍ଷଣ ବଢାଇବାରେ ସହାୟକ ହେବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବୟାନ ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ମନ୍ତ୍ରଣାଳାୟ ସୀମାରେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ ପ୍ରତିବଦ୍ଧ। ବିନ ଯୋଜନା ଅଧୀନରେ ପାକିସ୍ତାନ, ବାଂଲାଦେଶ, ଚୀନ, ନେପାଳ, ଭୂଟାନ ଏବଂ ମ୍ୟାମାର ସୀମାରେ ବନ୍ଧ ନିର୍ମାଣ, ଫ୍ଲାଡ ଲାଇଟ ଲଗାଇବା, ସୀମାରେ ସଡ଼କ ଏବଂ ବଙ୍କର ନିର୍ମାଣରେ ସହାୟତ ମିଳିବ।

ଭାରତ ପାକିସ୍ତାନ ସହ ୩୩୨୩ କିମି, ବାଂଲାଦେଶ ସହ ୪୦୯୬ କିମି, ଚୀନ ସହ ୩୪୮୮ କିମି, ନେପାଳ ସହ ୧୭୫୧ କିମି, ଭୂଟାନ ସହ ୬୯୯ କିମି ଏବଂ ମ୍ୟାମାର ସହ ୧୬୪୩ କିଲୋମିଟର ସୀମା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.