oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ବିହନ ପାର୍ସଲରେ ଭୂତାଣୁ : କରୋନା ପରେ ଆଉ ଏକ ଭୟଙ୍କର ଭୂତାଣୁ ବାଣ୍ଟୁଛି ଚୀନ୍‌, ଜାରି ହେଲା ହାଇଆଲର୍ଟ

9/08/2020 at 10:36 AM

ନୂଆଦିଲ୍ଲୀ ୦୯।୦୮: ସାରାବିଶ୍ୱର ଏବେ କରୋନା କବଳରେ ରହିଛି । ଏହି ମହାମାରୀରୁ କିପରି ରୋକାଯାଇ ପାରିବ ବା କିପରି ଏଥିରୁ ନିସ୍ତାର ମିଳିବ । ସେଥିପାଇଁ ଦିନ ରାତି ଉଦ୍ୟମ ଜାରି ରହିଛି । ନିଜର ବିକୃତ ତଥା ଖଳ ମନୋବୃତ୍ତିରୁ ଚୀନ୍‌ କେବେ ଓହରିବ, ତାହାକୁ ନେଇ ବଡ଼ ପ୍ରଶ୍ନ। କରୋନା ଭୂତାଣୁ ଜରିଆରେ ଏହା ସମଗ୍ର ବିଶ୍ୱକୁ ଛାର୍‌ଖାର୍‌ କରିସାରିଲାଣି । ଏତିକିରେ ମନ ଭରୁନି ଯେ ଆଉ ଏକ ମହାମାରୀ ବିସ୍ତାର କରିବାର ମାଧ୍ୟମ ଖୋଜି ସାରିଲାଣି ଡ୍ରାଗନ୍‌ । ଏବେ ବିହନ ପାର୍ସଲ ଜରିଆରେ ଭୂତାଣୁ ପଠାଇବା ଆରମ୍ଭ କଲାଣି ଚୀନ୍‌ । ଏଭଳି ସନ୍ଦିଗ୍ଧ ଚାଇନିଜ୍‌ ବିହନ ପାର୍ସଲ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିଛି ।

ଗତ କିଛି ମାସ ହେବ ଆମେରିକା ଏବଂ ୟୁରୋପ ସମେତ ବିଶ୍ୱର ଅନେକ ପ୍ରାନ୍ତରେ ଏପରି ପାର୍ସଲ୍‌ଗୁଡିକ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛି । ଏହି ପାର୍ସଲ ଜରିଆରେ ଚୀନ୍‌ ଆଉ ଏକ ମହାମାରୀକୁ ଛାଡୁଥିବା ଜଣାଯାଇଛି । ଏଥିସହ ଏହା ଜୈବିକ ଯୁଦ୍ଧର ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି ।

କେନ୍ଦ୍ର କୃଷି ମନ୍ତ୍ରାଳୟ ଆଲର୍ଟ ଜାରି କରି କହିଛି ଯେ, ଆମେ ଚୀନ୍‌ରୁ ଆସିଥିବା କୋଭିଡ୍‌୧୯ର ମୁକାବିଲା କରି ଥକି ଗଲୁଣି । ଯଦି ଏବେ ବିହନ ମାଧ୍ୟମରେ ଆଉ କିଛି ମହାମାରୀ ଆସେ, ଏହାକୁ ନିୟନ୍ତ୍ରଣ କରିବା ଆମ ପାଇଁ କଷ୍ଟକର ହୋଇଯିବ । ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଏ ନେଇ ସମସ୍ତ ରାଜ୍ୟ, କୃଷି ବିଶ୍ୱ ବିଦ୍ୟାଳୟ, ବିହନ ସଂଘ, ପ୍ରମାଣନ ଏଜେନ୍ସି ଏବଂ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର୍‌)କୁ ଅବଗତ କରାଯାଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି ।

ସୂଚନାଯୋଗ୍ୟ, ଭାରତୀୟ ଜାତୀୟ ବିହନ ସଂଘ(ଏନ୍‌ଏସ୍‌ଏଆଇ) ପକ୍ଷରୁ ସରକାରଙ୍କୁ ଏ ନେଇ ପ୍ରଥମେ ଅବଗତ କରାଯାଇଥିଲା । ଚାଇନିଜ୍‌ ସିଡ୍‌ ବା ଚୀନ୍‌ରୁ ଆସୁଥିବା ବିହନକୁ ନେଇ ରାଜ୍ୟ ତଥା ବିହନ ସଂଗ୍ରହ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିବା ପାଇଁ ସଂଘ କହିଥିଲା । ଏହା ପରେ କୃଷି ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭାରତର ଜୈବ ବିବିଧତା କ୍ଷେତ୍ରରେ ଏଭଳି ବିହନ ବିପଦ ସାଜିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଏସବୁ ପାର୍ସଲରେ ବିଭ୍ରାନ୍ତିକର ଲେବେଲ୍‌ ଲାଗିଛି । କେଉଁ ସୂତ୍ରରୁ ଏହା ଆସୁଛି ତାହା ଉଲ୍ଲେଖ କରାଯାଉନାହିଁ ।

ଗତ କିଛି ମାସ ହେବ ବିଶ୍ୱର ବିଭିନ୍ନ ଭାଗରେ ଏଭଳି ପାର୍ସଲ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛି । ଏକ ଅନ୍ତର୍ଜାତୀୟ ବିହନ ପରୀକ୍ଷଣ ସଂଘ ସତର୍କ କରାଇବା ପରେ ଏନ୍‌ଏସ୍‌ଏଆଇ ଏ ନେଇ ସରକାରଙ୍କୁ ଅବଗତ କରିଥିଲା। ଏନ୍‌ଏସ୍‌ଏଆଇର ନିର୍ଦ୍ଦେଶକ(ପଲିସି ଏବଂ ଆଉଟ୍‌ରିଚ୍‌) ଇନ୍ଦ୍ର ଶେଖର ସିଂହ କହିଛନ୍ତି ଯେ, ସରକାର ଜାରି କରିଥିବା ସ୍ମାରକପତ୍ରକୁ ଆମେ ସ୍ୱାଗତ କରୁଛୁ। ଏଭଳି ଚ୍ୟାଲେଞ୍ଜ୍‌କୁ ସାମ୍ନା କରିବା ପାଇଁ ଆମର ବିହନ ଅଧିକାରୀ ପ୍ରସ୍ତୁତ ଅଛନ୍ତି।

   Related Posts