ଧାନ ଓ ଚାଉଳ କିଣାରେ ଅଚଳାବସ୍ଥା ଜାରି : ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୪ଜଣିଆ କେନ୍ଦ୍ରୀୟ ଟିମ୍

Published By : Prameya-News7 Bureau | December 27, 2021 IST

ବରଗଡ ୨୭।୧୨: ବରଗଡ ଜିଲ୍ଲାରେ ଧାନ ଓ ଚାଉଳ କିଣାରେ ଅଚଳାବସ୍ଥା ଜାରି । ସ୍ଥିତି ଅନୁଧ୍ୟାନ ପାଇଁ ବରଗଡ଼ରେ ପହଞ୍ଚିଲେ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆର ୪ ଜଣିଆ କେନ୍ଦ୍ରୀୟ ପ୍ରତିନିଧି । ଜିଲ୍ଲା ଗୋଡ଼ଭଗା ଧାନ ମଣ୍ଡିରେ ପହଞ୍ଚି ମୁଖ୍ୟତଃ ଧାନ କିଣା ପ୍ରକ୍ରିୟାର ମାନ ପରୀକ୍ଷା, ମଣ୍ଡି ବ୍ୟବସ୍ଥା ଏବଂ ମିଲର୍ସମାନେ କେଉଁ ପ୍ରକ୍ରିୟାରେ ଧାନ କିଣୁଛନ୍ତି ତାର ସମୀକ୍ଷା କରୁଛି ଟିମ୍ ।

{"id":565435,"width":754,"height":415,"sizeSlug":"full","linkDestination":"none"}

ଉକ୍ତ କେନ୍ଦ୍ରୀୟ ଟିମ୍‌ରେ ଅଛନ୍ତି କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ଼ ଅଜିତ ସିହ୍ନା, ମହା ପ୍ରବନ୍ଧକ ପ୍ରଶାନ୍ତ ଶତପଥୀ, ସହାୟକ ପ୍ରବନ୍ଧକ ସାୟନ ଆଚାର୍ଯ୍ୟ ଓ ସିକନ୍ଦର ମଣ୍ଡିରେ ପହଞ୍ଚି ଯୋଗାଣ ବିଭାଗ ସହ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୁ ପ୍ରଧାନ ଓ ଯୋଗାଣ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.