ଗଞ୍ଜାମ ଜିଲ୍ଲାର ‘ତିତଲି’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍ ; ଆଜି ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା
2/11/2018 at 9:33 AM

ଭୁବନେଶ୍ବର ୨|୧୧: ‘ତିତଲି’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଆଜି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍। ଗତକାଲି ୨ଟି ଟିମ୍ ପୃଥକ୍ ପୃଥକ୍ ଭାବେ ଗଞ୍ଜାମର ପାତ୍ରପୁର ଓ ଆସିକା ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି । ଗତକାଲି ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ରେ ଅବତରଣ କରିବା ପରେ, ବିଶ୍ବବିଦ୍ୟାଳୟ ଅତିଥି ଭବନ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଥିଲେ । ପରେ ୨ଟି ଟିମ୍ ପୃଥକ୍ ପୃଥକ୍ ଭାବେ ପାତ୍ରପୁର ଓ ଆସିକା ଅଞ୍ଚଳ ଗସ୍ତ କରି କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ କରିଥିଲେ । ଆଜି ଗଜପତି ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ସମସ୍ତ ପ୍ରଭାବିତ ଅଞ୍ଚଳରେ ଅନୁଧ୍ୟାନ ସରିବା ପରେ ଅପରାହ୍ନରେ ସଚିବାଳୟରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ। କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବାପରେ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ରିପୋର୍ଟ ଉପସ୍ଥାପନ କରିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଏଣ୍ଟ୍ ସେକ୍ରେଟାରୀ ଏସ୍.କେ.ସାହି।