ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆସିକାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଦଳ
1/11/2018 at 7:14 PM

ଆସିକା;୧/୧୧- ଘୂର୍ଣ୍ଣିଝଡ ତିତଲିରେ ପ୍ରଭାବିତ ଜିଲ୍ଲା ଗୁଡିକରେ କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ଏକ ଆଠ ଜଣିଆ କେନ୍ଦ୍ରୀୟ ଦଳ ଆସିଛନ୍ତି । ସ୍ବରାଷ୍ଟ୍ରିୟ ମନ୍ତ୍ରଣାଳୟ ର ଯୁଗ୍ମ ସଚିବ ଏସ.କେ . ସାହିଙ୍କ ନେତୃତ୍ବରେ ଏହି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ଗଞ୍ଜାମ ଓ ଗଜପତି ଗସ୍ତ କରିବେ । ତିନି ଦିନ ଧରି ଏହି ଦଳ ସ୍ଥିତି ଅନୁଧ୍ୟାନ କରିବା ସୂଚନା ରହିଥିବା ବେଳେ ଆଜି ଆସିକାରେ ଗୋଟିଏ ଦଳ ପହଞ୍ଚିଛି । ଏହି ଅଧିକାରୀ ମାନେ ଆସିକାର ବିଭିନ୍ନ ସ୍ଥାନ, ଦାମୋଦରପଲ୍ଲୀ ଅଚଂଳର ଧାନ ଚାଷ, ନଦୀ ବନ୍ଧ, ରୋଡ , ଆସିକା ଲକ୍ଷ୍ମୀ ବଜାର , ବସଷ୍ଟାଣ୍ଡ ହରିଜନ ସାହି ସମେତ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିଛନ୍ତି । ଏହି ଦଳ ଆସିକା କାଳଷଣ୍ଡପୁର ଠାରେ ପହଞ୍ଚି ସ୍ଥାନୀୟ ବିଡ଼ିଓଙ୍କ ସହ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Posts
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023