suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଫାଟୁ ସେନେରୀ ଗଲେ କେନ୍ଦ୍ରମନ୍ତ୍ରୀ, ଆନ୍ଧ୍ର ପୋଲିସକୁ ଦେଖି କହିଲେ ଗୋ ବ୍ୟାକ୍

1/04/2023 at 1:19 PM

କୋରାପୁଟ ୦୧/୦୪: ଉତ୍କଳ ଦିବସ ଅବସରରେ କୋରାପୁଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରଥମେ ଆସି କୋଟିଆରେ ଉତ୍କଳ ଦିବସ ପାଳନ କରିବା ସହ ବରପୁତ୍ରମାନଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ସେ ଫାଟୁସେନେରୀ ଯାଇଥିଲେ । ସେଠାରେ ମଧ୍ୟ ସେ ବୀରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ଏହାସହ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟ ଆଲୋଚନା କରିଥିଲେ । ଫାଟୁସେନେରୀ ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ଆନ୍ଧ୍ର ସରକାରଙ୍କ ପୋଷ୍ଟର ଲାଗିଥିବା ଦଖିବାକୁ ମିଳିଥିଲା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବେଳେ ଫାଟୁସେନେରୀରେ ଆନ୍ଧ୍ର ପୋଲିସ ଉପସ୍ଥିତ ଦେଖି ଗୋ ବ୍ୟାକ୍ ଆନ୍ଧ୍ର ପୋଲିସ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ।

   Related Posts