କେନ୍ଦ୍ରମନ୍ତ୍ରୀଙ୍କ ଦୁଇ ଦିନିଆ ଭଦ୍ରକ ଗସ୍ତ, ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

Published By : Prameya-News7 Bureau | November 24, 2022 IST

ଭଦ୍ରକ ୨୪।୧୧ : କେନ୍ଦ୍ରମନ୍ତ୍ରୀଙ୍କ ଦୁଇ ଦିନିଆ ଭଦ୍ରକ ଗ୍ରସ୍ତ । କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଭଦ୍ରକ ଲୋକସଭା କ୍ଷେତ୍ରକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଭଦ୍ରକ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପ୍ରସଙ୍ଗ ନେଇ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ମଧ୍ୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।  ସରକାରଙ୍କ ଯୋଜନା ଯେମିତି ଲୋକଙ୍କ ନିକଟରେ ପହଞ୍ଚିପାରିବ । ସେନେଇ ଆଲୋଚନା କରିବା ସହ ଲୋକଙ୍କ ନିକଟରେ କେମିତି ପହଞ୍ଚିବ । ସେ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତତ୍ପର ହେଉ ବୋଲି କହିଛନ୍ତି । ଏହାବ୍ୟତୀତ ଏହି ଗସ୍ତ ଅବସରରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.