ଅନୁଗୁଳ, ତାଳଚେର ଗସ୍ତରେ ଆସିବେ ୨ କେନ୍ଦ୍ରମନ୍ତ୍ରୀ, TFL ପ୍ଲାଣ୍ଟର ଅଗ୍ରଗତି ସମ୍ପର୍କରେ କରିବେ ସମୀକ୍ଷା

Published By : Prameya-News7 Bureau | January 07, 2023 IST

ଅନୁଗୁଳ ୦୭/୦୧: ଆଜି ଅନୁଗୁଳ ତାଳଚେରରେ ନୂତନ ଭାବେ ନିର୍ମାଣ ଧିନ ଟି.ଏଫ.ଏଲ (ତାଳଚେର ଫଟିଲାଇଜର ଲିମିଟେଡ଼) ପ୍ଲାଣ୍ଟ ର ଅଗ୍ରଗତି ସମୀକ୍ଷା କରିବାକୁ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ, ସାର ଓ ରସାୟନ ବିଭାଗର ମନ୍ତ୍ରୀ ମନସୁଖ ମାଣ୍ଡଭିୟେ । ଦିନ ପ୍ରାୟ ୧୧ଟା ସମୟରେ ବିକ୍ରମପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ କାରରେ TFL ପ୍ଲାଣ୍ଟ ଭିତରକୁ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ଲାଣ୍ଟର କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାର ରହିଛି ।

ମୋଟ ୧୩୫୦୦ କୋଟି ଟଙ୍କା ବ୍ୟୟରେ ନୂତନ ପ୍ଲାଣ୍ଟର ନିର୍ମାଣ ଚାଲିଛି । ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.