ତିନି ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ, ରାଉରକେଲା ଏନଆଇଟି ସମାବର୍ତ୍ତନ ସମାରୋହରେ ଦେବେ ଯୋଗ

Published By : Prameya-News7 Bureau | August 13, 2022 IST

ରାଉରକେଲା ୧୩/୦୮: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଏନଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସକାଳ '୯ଟା ୧୫ରେ ରେଳ ଷ୍ଟେସନରେ ତ୍ରିରଙ୍ଗା ସହ ଆଜାଦି କୀ ମହୋତ୍ସବ ପାଳନ କରିବା ପରେ ୧୦ଟା ୪୫ରେ ରାଉରକେଲା ଏନଆଇଟିରେ ପହଞ୍ଚିବେ ।

ଆଜି ରାଉରକେଲା ଏନଆଇଟି ପାଳନ କରୁଛି ୧୯ ତମ ସମାବର୍ତ୍ତନ ଉତ୍ସବ । ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଉରକେଲା ସହରରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ଭାରତ ସରକାରଙ୍କ ତରଫରୁ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ। ଏହାପରେ ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ।

ଅଗଷ୍ଟ ୧୪ରେ ଭୁବନେଶ୍ୱର ଠାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପରିପ୍ରେକ୍ଷୀରେ ରେଳ ବିଭାଗ ତରଫରୁ ଆୟୋଜିତ ପ୍ରଦର୍ଶନୀର ଉଦଘାଟନ କରିବେ । ଏହାସହ ସେହିଦିନ ସନ୍ଧ୍ୟାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.