ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, କହିଲେ ଐତିହର ସୁରକ୍ଷା ନେଇ ସରକାରଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | June 04, 2022 IST

ପୁରୀ ୦୪/୦୬: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତ କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

wp:gallery {"linkTo":"none"} /wp:gallery

ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ ରହିବ ସେ ନେଇ ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି । ସେପଟେ ବ୍ରଜରାଜନଗର ଉପନିର୍ବାଚନର ଫଳାପଳକୁ ନେଇ ମଧ୍ୟ ମତ ରଖିଛନ୍ତି ।

wp:gallery {"linkTo":"none"} /wp:gallery

ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ୨୦୧୯ ପରଠାରୁ ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଯାଇଛି।ଫଳାଫଳକୁ ନେଇ ତର୍ଜମା କରାଯିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିଭଳି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ଦଳ କାର୍ଯ୍ୟ କରିବ। ସଂଗଠନକୁ ଆହୁରି ମଜବୁତ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.