ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ୧୧ଟି ପାର୍ଟିର ସମର୍ଥନ ଘୋଷଣା, ଆଇନ ପ୍ରତ୍ୟାହାର ନକରିବା ଜିଦରେ ଅଟଳ କେନ୍ଦ୍ର ସରକାର

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୫/୧୨ : ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବା ପ୍ରଶ୍ନରେ ସରକାରଙ୍କୁ ହଁ କିମ୍ବା ନାଁ ରେ ଜବାବ ମାଗୁଛନ୍ତି ଏବଂ ଆନ୍ଦୋଳନରୁ ଓହରିବାକୁ ସ୍ପଷ୍ଟ ଭାବେ ମନାକରିଦେଇଛନ୍ତି । ଅନ୍ୟ ପଟେ ସରକାର କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସେଭଳି କୌଣସି ଇସାରା ମଧ୍ୟ ଦେଇନାହାନ୍ତି । କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ସ୍ପଷ୍ଟଭାବେ କହିଛନ୍ତି ଯେ, କୃଷି ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ ।  

{"id":373621,"sizeSlug":"large"}

ସେ କହିଛନ୍ତି ସରକାର ଚାଷୀମାନଙ୍କ ପାଇଁ ଯେଉଁ ତିନୋଟି ଆଇନ ଆଣିଛନ୍ତି ତାହା ସେମାନଙ୍କ ହିତ ପାଇଁ । ତେବେ ସରକାର ଚାଷୀଙ୍କ ଦାବି ଅନୁଯାୟୀ କୃଷି ଆଇନରେ କିଛିଟା ପରିବର୍ତ୍ତନ କରିବେ । କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ଏହି ଆଇନ ଦ୍ବାରା ଚାଷୀମାନେ ବ୍ୟକ୍ତିଗତ ସ୍ବାଧୀନତା ପାଇବେ ।

ସେପଟେ ଚାଷୀମାନେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦକୁ ୧୧ଟି ରାଜନୈତିକ ଦଳଙ୍କ ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ସମର୍ଥନ କରିଛନ୍ତି । କଂଗ୍ରେସ ମଧ୍ୟ ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଏହା ସହିତ ବାମପନ୍ଥୀ ଦଳଗୁଡିକ ମଧ୍ୟ ଖୋଲା ଖୋଲି ଭାବେ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । ମମତା ବାନାର୍ଜୀଙ୍କ ତୃଳମୂଳ କଂଗ୍ରେସ, ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି, ଟିଆରଏସ, ଆରଏଲଡି ଭଳି ରାଜନୈତିକ ଦଳ ଗୁଡିକ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟ୍ବିଟ୍ କରି ଚାଷୀଙ୍କୁ ସମର୍ଥନ କରିବା ସହିତ ଚାଷୀଙ୍କୁ ସମର୍ଥନ କରିବାକୁ କହିଛନ୍ତି ।

{"id":373622,"sizeSlug":"large"}

କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ଚାଷୀଙ୍କୁ ଅପିଲ କରିଛନ୍ତି ଯେ, ଚାଷୀମାନେ ରାଜନୈତିକ ଦଳମାନଙ୍କର ଚକ୍ରାନ୍ତରେ ନଫସନ୍ତୁ । ରାଜ୍ୟମାନଙ୍କରେ କଂଗ୍ରେସ ସରକାର ଏବଂ ବିପକ୍ଷ ଦଳମାନେ ଚାଷୀଙ୍କୁ ଉତ୍ତେଜିତ କରୁବାକୁ ଉଦ୍ୟମ କରୁଛନ୍ତି । ତେଣୁ ଚାଷୀମାନେ ଏଥିରେ ଉତ୍ତେଜିତ ନହେବା କିମ୍ବା ଦେଶରେ କୌଣସି ଆଶାନ୍ତି ସୃଷ୍ଟି ନକରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚୌଧୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.