Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଖାଲି ପାଦ, ମୁଣ୍ଡରେ ଗୁରୁ ଗ୍ରନ୍ଥ ସାହିବ କପି, ଆଫଗାନିସ୍ତାନରୁ ଆସିଥିବା କପି ରିସିଭ୍ କଲେ କେନ୍ଦ୍ରମନ୍ତ୍ରୀ

24/08/2021 at 3:26 PM

ନୂଆଦିଲ୍ଲୀ ୨୪/୦୮ : ଆଫଗାନିସ୍ତାନରୁ ହିନ୍ଦୁ ଓ ଶିଖଙ୍କୁ ବାହାର କରି ଭାରତୀୟ ବାୟୁସେନା ଓ ଏୟାର ଇଣ୍ଡିଆ ବିମାନ ଲଗାତାର ଭାରତକୁ ଆଣୁଛନ୍ତି। କିନ୍ତୁ ମଙ୍ଗଳବାର ଦିନ ଶିଖଙ୍କ ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବର ୩ଟି କପି ମଧ୍ୟ ଆଫଗାନିସ୍ତାନରୁ ଦିଲ୍ଲୀ ଅଣାଯାଇଛି। ଏହାକୁ ରିସିଭ କରିବାକୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ନିଜେ ବିମାନବନ୍ଦରରେ ପହଞ୍ଚିଥିଲେ। ସେ ଗୁରୁ ଗ୍ରନ୍ଥ ସାହିବ କପିକୁ ମୁଣ୍ଡରେ ରଖି ରିସିଭ କରିଥିଲେ। ଶିଖ ସମ୍ପ୍ରଦାୟର ଲୋକେ ଓ ପବିତ୍ର ଧର୍ମ ଗ୍ରନ୍ଥ କପିକୁ ଭାରତକୁ ଅଣାଯିବାକୁ ନେଇ ଲୋକେ ଆଫଗାନିସ୍ତାନରେ ଶିଖ ପରମ୍ପରା ସବଇଦିନ ପାଇଁ ଶେଷ ହୋଇଯାଇଥିବା କହିଛନ୍ତି।

ସୋମବାର ଦିନ ୩ ଶିଖ ଯୁବକ ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ଧରି ଖାଲି ପାଦରେ ଭାରତକୁ ଆସିଥିବା ଫଟୋ ସାମ୍ନାକୁ ଆସିଥିଲା। ଗୁରୁ ଗ୍ରନ୍ଥ ସାହିବ କପି ଭାରତକୁ ଅଣାଯିବା ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ୨୦୨୦ ମାର୍ଚ୍ଚ ୨୫ ତାରିଖରେ ଗୁରୁଦ୍ୱାରା ହର ରାୟ ସାହିବରେ ଇସ୍ଲାମିକ ଷ୍ଟେଟ ହମଲା କରିଥିଲା। କାବୁଲର ଏହି ଗୁରୁଦ୍ୱାରାରେ ହୋଇଥିବା ହମଲାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପବିତ୍ର ଗ୍ରନ୍ଥର ୭ କପି ଭାରତକୁ ଅଣାଯାଇଥିଲା। ଗୁରୁ ଗ୍ରନ୍ଥ ସାହିବର ମୋଟ ୧୩ କପି ଆଫଗାନିସ୍ତାନରେ ଥିଲା ଯେଉଁଥିରୁ ୭ଟି କପି ପୂର୍ବରୁ ହିଁ ଭାରତ ଅଣାଯାଇଛି।

କାବୁଲ କାରତେ ପରବାନ ଗୁରୁଦ୍ୱାରା ସମିତି ସଦସ୍ୟ ଛବୋଲ ସିଂହ କହିଛନ୍ତି ଯେ ସୋମବାର ଦିନ ୩ଟି ଗୁରୁ ଗ୍ରନ୍ଥ ସାହିବର ଭାରତକୁ ଅଣାଯାଇଛି। କାବୁଲ, ଗଜନି ଓ ଜଲାଲାବାଦରୁ ୩ କପି ଭାରତକୁ ଅଣାଯାଇଛି। ଏହାପରେ ବି ଆଫଗାନିସ୍ତାନରେ ଆଉ ୩ଟି କପି ରହିଯାଇଛି। ଶିରୋମଣି ଅକାଲି ଦଳ ଦିଲ୍ଲୀ ୟୁନିଟର ଅଧ୍ୟକ୍ଷ ପରାମଜୀତ ସିଂହ କହିଛନ୍ତି ଯେ ଏହା ଆଫଗାନିସ୍ତାନରେ ଶିଖ ସମ୍ପ୍ରଦାୟର ଗୋଟିଏ ଯୁଗର ସମାପ୍ତି। କିନ୍ତୁ ଭାରତରେ ଏହା ଏକ ନୂଆ ଆରମ୍ଭ। ତାଲିବାନ କବଜା ପରେ ଶିଖମାନଙ୍କୁ ନିଜ ଘର ଛାଡି ଯିବାକୁ ପଡୁଛି। ଶିଖ ଧର୍ମ ସହ ଆଫଗାନିସ୍ତାନର ପୁରୁଣା ସମ୍ପର୍କ। ଶିଖ ସମ୍ପ୍ରଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବ ମଧ୍ୟ ଆଫଗାନିସ୍ତାନ ଯାତ୍ରା କରିଥିଲେ ଓ ଶାନ୍ତି, ଭାଇଚାରା ଏବଂ ସହିଷ୍ଣୁତାର ସନ୍ଦେଶ ଦେଇଥିଲେ। ୧୬ ଶତାବ୍ଦୀରେ ଗୁରୁ ନାନକଙ୍କ ଆଫଗାନିସ୍ତାନ ଯାତ୍ରା ପରେ ସେଠାରେ ଶିଖ ଧର୍ମର ମୂଳଦୁଆ ପଡିଥିଲା।

   Related Posts