oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାଲେଶ୍ଵର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦାବି ରଖିଲେ ଅଞ୍ଚଳବାସୀ

31/05/2021 at 3:50 PM

ନୀଳଗିରି, ୩୧/୦୫ : ବାଲେଶ୍ଵର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳକୁ ଗସ୍ତ କରିଛନ୍ତି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାତ୍ୟା ପ୍ରଭାବିତ ଅଂଚଳର ଦୁର୍ଦ୍ଦଶା ସୁଧୁରି ନଥିବାରୁ ଅଞ୍ଚଳବାସୀ ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି ।

ବାତ୍ୟା ୟାସ୍‌ ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ନକ୍ସା ବଦଳି ଯାଇଛି । ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି । ଶ୍ରୀକୋଣା ଓ ସାର୍ଥା ପଂଚାୟତରେ ବହୁ ଅଂଚଳ ଲୁଣି ପାଣି ମାଡ଼ି ଯାଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗିଛି । ଶ୍ରୀକୋଣା ପଞ୍ଚାୟତର ଚାରିଗୋଛିଆ ଅଂଚଳରେ ବୁଢ଼ାବଳଙ୍ଗ ନଦୀବନ୍ଧ ଭାଙ୍ଗିଯିବାରୁ ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବା ସହ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ ହୋଇଥିବା ନଜରକୁ ଆସିଛି । ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ମଧ୍ୟ ହୋଇଥିବା ଦେଖାଯାଇଛି । ନଦୀରେ ପଥର ପ୍ୟାକିଂ କାମ ବେଳେ ନଦୀବନ୍ଧକୁ କାଟା ଯାଇଥିବା ଆଜି ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ୧୧ ଟାରେ ବାଲେଶ୍ଵର ଆଇଟିଆର ହେଲିପ୍ୟାଡ଼ ଠାରେ ଓହ୍ଲାଇବା ପରେ ଶ୍ରୀକୋଣା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଅଞ୍ଚଳବାସୀ ମଧ୍ୟ ତାଙ୍କର ଅଭିଯୋଗ ଶୁଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଙ୍ଗିଥିବା ନଦୀବନ୍ଧ ବୁଲିବା ପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ନଦୀବନ୍ଧର ମରାମତି କରାଯିବା ସହ କ୍ଷୟକ୍ଷତି ଆକଳନ କରି ପ୍ରଭାବିତ ଅଞ୍ଚଳ କିପରି ସ୍ୱାଭାବିକ ହେବ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ସେପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କ୍ଷତିଗ୍ରସ୍ତ ଅଂଚଳର ପୁନଃ ଉଦ୍ଧାର କରାଯିବ ବୋଲି କହିଛନ୍ତି । ବାତ୍ୟା ସିନା ଛାଡ଼ିଗଲା ଏବେ ଆସିଛି ପ୍ରତିକାର କରିବାର ବେଳ । ଧର୍ମେନ୍ଦ୍ରଙ୍କ ଗସ୍ତପରେ ଅଞ୍ଚଳବାସୀ କିଛି ଆଶାବାନ୍ଧି ରହିଥିବା ବେଳେ କିପରି ବାତ୍ୟା ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶା ଦୂର ହେଉଛି ତାହା ଦେଖିବାକୁ ବାକିରହିଲା ।

   Related Posts