ଓଡିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ; ମନ୍ତ୍ରୀ ପଦ ପାଇବାପରେ ପ୍ରଥମ ଥର ଆସିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା

Published By : Prameya-News7 Bureau | June 08, 2019 IST

ଭୁବନେଶ୍ବର ୮|୬: ଓଡ଼ିଶାରେ ପହଞ୍ଚିଲେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ସରକାର ଗଠନ କରିବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ସ୍ଥାନ ପାଇଥିବା ଏହି ଦୁଇଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରୀପଦ ପାଇବା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି।

{"id":120843}

ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରଥମେ ବିମାନ ବନ୍ଦରରେ ପହଂଚିବା ପରେ ଦଳ ତରଫରୁ ତାଙ୍କୁ ବିଶାଳ ପଟ୍ଟୁଆରରେ ସ୍ୱାଗତ କରାଯାଇଛି ।  ଦଳୀୟ କର୍ମୀ, ନାଚ, ଗୀତ ଓ ବାଜାରେ କମ୍ପି ଉଠିଥିଲା ବିମାନ ବନ୍ଦର ପରିସର । ବଲାଙ୍ଗୀର ସାଂସଦ ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ,  ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରଭାରୀ ଅରୁଣ ସିଂହ ପ୍ରମୁଖ  ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଥିଲେ ।

{"id":120844}

ଏହାପରେ ଜଗନ୍ନାଥଙ୍କ ଦର୍ଶନ ଲାଗି ପୁରୀ ଅଭିମୁଖେ ଯାଇଛନ୍ତି ଧର୍ମେନ୍ଦ୍ର ଓ ପ୍ରତାପ । ଅପରାହ୍ନରେ ଭୁବନେଶ୍ୱର ପ୍ରର୍ଦଶନୀ ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଭୟ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.