Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଚାକିରିଆଙ୍କ ପାଇଁ ବଡ ଖବର : ବଢିବ ଦରମା

7/06/2019 at 12:21 PM

ନୂଆଦିଲ୍ଲୀ ୭/୬ : ମୋଦି ସରକାର ଆସିବା ପରେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ବୃଦ୍ଧିକୁ ନେଇ ଆଶାବାଦୀ କେନ୍ଦ୍ରୀୟ କର୍ମଚାରୀ । କେନ୍ଦ୍ରୀୟ କର୍ମଚାରୀଙ୍କ ବିଭିନ୍ନ ଦାବି ପୁରଣ ହେବା ଆଶା ପୁଣି ସୁଦୃଢ ହୋଇଛି । କାରଣ ମୋଦି ସରକାର-୨ ପୁରା ଆକ୍ସନ ମୁଡ଼ରେ ଅଛନ୍ତି । ସରକାର ଖୁବ ଶୀଘ୍ର କର୍ମଚାରୀଙ୍କୁ ଖୁସି ଖବର ଦେବେ ବୋଲି ଆଲୋଚନା ହେଉଛି ।

ସହିଦ ଏବଂ ଚାଷୀଙ୍କ ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ସପକ୍ଷରେ ମୋଦି ସରକାର କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । ମୋଦି ପୁଣିଥରେ ସରକାର ଗଠନ କରିବା ପରେ ପ୍ରଥମେ ସହିଦଙ୍କ ପରିବାର ଓ ଚାଷୀଙ୍କୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି । ଏହାପରେ ଏବେ ପାଳି କେନ୍ଦ୍ରୀୟ କର୍ମଚାରୀଙ୍କ ବୋଲି ଆଶା କରାଯାଉଛି । ଆସନ୍ତା କିଛି ସମୟ ମଧ୍ୟରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ସମସ୍ୟା ସମାଧାନ କରିବେ ବୋଲି ସୂଚନା ମିଳିଛି ।

ଗତ ସରକାରରେ ଥିବା ସମୟରେ ଗୃହମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ପୂର୍ବରୁ ଆଶ୍ୱାସନା ଦେଇଥିଲେ ଯେ, ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ସମସ୍ୟା ନେଇ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି । ସେଥିପାଇଁ କର୍ମଚାରୀଙ୍କ ଆଶା ଆକାଂକ୍ଷା ବଢିଯାଇଛି । କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯଦି ସରକାର ତତକ୍ଷଣାତ ଦରମା ବୃଦ୍ଧି କରନ୍ତି ତେବେ କର୍ମଚାରୀଙ୍କୁ ଅଧିକ ଲାଭ ହେବନାହିଁ । ଯଦି କେନ୍ଦ୍ରୀୟ କର୍ମଚାରୀ ତତ୍ପରତା ଦେଖାଇବେ ଏବଂ ସରକାର ଅଳ୍ପ ସମୟ ମଧ୍ୟରେ ନିଷ୍ପତ୍ତି ନେବେ ତାହେଲେ କର୍ମଚାରୀଙ୍କୁ ଅଧିକ ଲାଭ ମିଳିବ ନାହିଁ । ଏଭଳି ସ୍ଥିତିରେ କର୍ମଚାରୀଙ୍କ ଦରମା ମାସକୁ ୨ ହଜାର ଟଙ୍କା ଲେଖାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

   Related Posts