ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଆଣିବେ ଅନ୍ତରୀକ୍ଷ ନୀତି, ଭାରତରେ ବି ହେବ Space-X ଭଳି ଉଦ୍ୟୋଗ

2/06/2022 at 3:04 PM

ନୂଆଦିଲ୍ଲୀ ୨।୬: ଖୁବ୍ ଶୀଘ୍ର ଅନ୍ତରୀକ୍ଷ ନୀତି ଆଣିବେ ଭାରତ ସରକାର । ଉଲ୍ଲେଖଯୋଗ୍ୟ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମହାକାଶ କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି ଲାଗି ଉଦ୍ୟମ କରୁଛନ୍ତି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଏହି ସୂଚନା ଦେଇଛନ୍ତି। ଏ ନେଇ ସମସ୍ତ ଆଲୋଚନା ସରିଥିବା ବେଳେ ନୀତିର ଚୂଡାନ୍ତ ସଂସ୍କରଣକୁ ଅଧିକାର ପ୍ରାପ୍ତ ପ୍ରାଦ୍ୟୋଗିକ ସମୂହଁଙ୍କୁ ପଠାଯିବ ବୋଲି ସୁଦ କହିଛନ୍ତି। ଏହି ନୀତି ଆସିବା ପରେ ଭାରତରେ ମଧ୍ୟ ସ୍ପେସ୍‌-ଏକ୍ସ ଭଳି କମ୍ପାନୀ  ହୋଇପାରିବେ ବୋଲି କହିଛନ୍ତି।

ସୁଦ କହିଛନ୍ତି ଯେ ଆମେ ମହାକାଶର ବିଶେଷ ଉପଯୋଗ କରିପାରୁନେ। ତେବେ ପୃଥିବୀର ନିମ୍ନ କକ୍ଷ (ଏଲଇଓ)ରେ  ସ୍ୱଳ୍ପ ନିବେଶରେ କାର୍ଯ୍ୟ ହୋଇପାରିବ। ସରକାର ଯଦି ନୀତି ପ୍ରସ୍ତୁତ କରିବେ ତେବେ ଅନ୍ତରୀକ୍ଷ କ୍ଷେତ୍ର ବଦଳିଯିବ। ସେ କହିଛନ୍ତି ଯେ ସରକାର ସ୍ୱାସ୍ଥ୍ୟ ସେବା, କୃଷି, ସହର ବିକାଶ ଓ ସମ୍ପତ୍ତିକର ଆକଳନ ଆଦି ଅନେକ ପ୍ରକାରର ଆବଶ୍ୟକତା ପୂରଣ ପାଇଁ ଘରୋଇ କ୍ଷେତ୍ରଙ୍କୁ ଉପଗ୍ରହ ନିର୍ମାଣ ଲାଗି ପ୍ରୋତ୍ସାହିତ କରିବେ। ଆମେ ଏପର୍ଯ୍ୟନ୍ତ ଏହି କ୍ଷେତ୍ରର ପୂର୍ଣ୍ଣ କ୍ଷମତା ଦୋହନ କରିନେ। ଯଦି ନୂଆ ଅନ୍ତରୀକ୍ଷ ନୀତି ଅଣା ଯାଏ ଆମ ପାଖରେ ବି ସ୍ପେସ୍-ଏକ୍ସ ଭଳି କମ୍ପାନୀ ହେବେ ବୋଲି ସୁଦ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏଲନ ମସ୍କ ୨୦୦୦ ମସିହାରେ ସ୍ପେସ୍‌-ଏକ୍ସର ସ୍ଥାପନା କରିଥିଲେ। ଏହି ଘରୋଇ କମ୍ପାନୀ ଉନ୍ନତ ରକେଟ ଓ ଅନ୍ତରୀକ୍ଷ ଯାନର ଡିଜାଇନ, ନିର୍ମାଣ ଓ ପ୍ରକ୍ଷେପଣ କରେ। ଅଜୟ କୁମାର ସୁଦ କହିଛନ୍ତି ଯେ ଅନ୍ତରୀକ୍ଷକକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ୍ତ କରାଗଲେ କୃଷି, ଶିକ୍ଷା, ବିପର୍ଯ୍ୟୟ ପ୍ରସମନ ଓ ଇ-କମର୍ସ ଆପ୍ଲିକେସନ ଆଦି ଲାଗି ସମର୍ପିତ ଉପଗ୍ରହ ପ୍ରେରଣ କରାଯାଇପାରିବ। ମର୍ଗାନ ଷ୍ଟେନଲୀଙ୍କ ଏକ ଅନୁମାନ ଅନୁସାରେ ୨୦୪୦ ସୁଦ୍ଧା ବୈଶ୍ୱିକ ଅନ୍ତରୀକ୍ଷ ଉଦ୍ୟୋଗର ବିସ୍ତାର ଏକ ଟ୍ରିଲିୟନ ଡଲାରରୁ ବି ଅଧିକ ହୋଇପାରିବ ।

   Related Posts